ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା: ଗତ ବର୍ଷର ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଚଳିତ ବର୍ଷ ମଧ୍ୟ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ହାତକୁ ନିଆଯାଇଛି। ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଆଜି ଭବାନୀପାଟଣାରେ ଏହି କାର୍ଯ୍ୟକ୍ରମକୁ ନିଜେ ଉଦଘାଟନ କରିଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୈନିକ ସ୍କୁଲ ପ୍ରବେଶିକାରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷନେଇ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞ ଶିକ୍ଷକଙ୍କ ଦ୍ବାରା ମାଗଣା ପ୍ରଶିକ୍ଷଣ ଦେବାସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ।

Udyog Nursery
Udyogi Nursery

ଏହି ଉଦଘାଟନ ସଭାର ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ଡଃ. ଅଜୟ ମିଶ୍ର, ଆଇନଜୀବୀ ହରଜିନ୍ଦର ସିଂହ, ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ତୁଲେଶ୍ବର ନାଏକ, କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଯୁବନେତା ମଣ୍ଟୁ ନାମକ, ରାଜିବ ଲୋଚନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରବି ପ୍ରସାଦ କାନୁନଗୋ, ରବିନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ଶୁଶାନ୍ତ ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, କାଳୀପ୍ରସାଦ ରଥ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.