କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗୁଣପୁର ଠାରେ ମାଁ ମହାଲକ୍ଷ୍ମୀଙ୍କର ୪୨ତମ ପୂଜନଉତ୍ସବ ଚାଲିଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଶାନ୍ତପୁର ସରପଞ୍ଚ ଟିକେଧର ସାହୁ, ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ଶିକ୍ଷକ ଶରତ ଚନ୍ଦ୍ର ଭୋଇ, ସମାଜସେବୀ ହିମାଂଶୁ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସନାତନ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ମହାଲକ୍ଷ୍ମୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ। ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଡେନ୍ସ ଡେନ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ନଟରାଜ ସଂଗୀତ ବିଦ୍ୟାଳୟ ତୁଷୁରାର ଶୁଶ୍ରୀ ସୋନାଲି ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଫଟକାମାଲ ଗଣେଶ ଗ୍ରୁପ ଦ୍ୱିତୀୟ ଓ ହାପି ଡାନ୍ସ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ନୃତ୍ୟ ଆସରର ବିଚାରକ ଭାବର ଶରତ ଚନ୍ଦ୍ର ଭୋଇ, ଅଭିନାଶ କୌର ଓ ମିଲନ ମଲ୍ଲିକ ଥିବାବେଳେ ବିଖ୍ୟାତ ମଞ୍ଚ ଉଦଘୋଷକ ସୁଧିର ନାଏକ ରାତି ତମାମ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ। ଡିଙ୍ଗର ମୁଣ୍ଡା, ଅଜିତ ସାହୁ, ଗଣେଶ ମୁଣ୍ଡା, ମନୁ ସାହୁ, ଦଶରଥ ଯାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।