ନୂଆପଡାର ପତୋରା ଶୈବପିଠ ଠାରେ ପାଳିତ ହେଲା ମହାଶିବରାତ୍ରି ମେଳା

ନୂଆପଡା,୫/୩ : ସ୍ଥାନୀୟ ପତୋରା ଶୈବପିଠ ଠାରେ ସୋମବାର ପ୍ରବଳ ଉତ୍ସାହ ଉଦ୍ଦିପନା ସହକରେ ମହାଶିବରାତ୍ରି ମେଳା ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼କୁ ଦୃଷ୍ଟି ରେ ରଖି ଓଡିଶା ପୋଲିସ ଓ ଆଇ.ଆର.ବି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଥିଲା । ଚିକିତ୍ସା ବିଭାଗରୁ କର୍ମଚାରୀ ଆସି ସହଯୋଗ ଦେଇଥିଲେ ।

Omkar Vasthu
Omkar Vasthu

ଭକ୍ତ ମାନେ ଧାଡି ହୋଇ କିପରି ଜଣକ ପରେ ଜଣେ ଭଗବାନଙ୍କୁ ଯାଇ ଦେଖା କରି ପୂଜା କରିପାରିବେ ତାପାଇଁ ବ୍ୟାରିକେଟ ଲଗାଇ ସୁବ୍ୟବସ୍ଥା କରାଯାଇ ଥିଲା । ମନ୍ଦିର କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ସହଯୋଗୀ ସମସ୍ତେ ଏହାର ତତ୍ୱାବଧାନ ଦାଇତ୍ୱରେ ଥିଲେ । ମନ୍ଦିର ପରିଷରରେ ବୟୋଜେଷ୍ଠ ବ୍ୟକ୍ତି, ଛୋଟ ଛୋଟ ଛୁଆ, ମହିଳା ମାନଙ୍କ ପାଇଁ ପ୍ରସାଦ ଭୋଜନର ବ୍ୟବସ୍ଥା କରା ଯାଇ ଥିଲା ।

Pearl dental clinic
Near Ashish Medical Store, Bhawanipatna

ଦିନ ୧୨ ଟା ରୁ ରାମାୟଣ ମଣ୍ଡଳୀର କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ହଜାର ହଜାର ଭକ୍ତ ପତୋରା ମନ୍ଦିରକୁ ମହାଦେବଙ୍କ ଦର୍ଶନ ପାଇଁ ଆସିଥିଲେ । ରାତ୍ରି ପ୍ରାୟ ୯ ଟା ରେ ମନ୍ଦିର ନିକଟରେ ଥିବା ରାଜୀବ ଉଦ୍ୟାନରେ ଛତିଶଗଡ଼ି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା । ଯେଉଁଥିରେ  ନୂଆପଡା ବିଧାୟକ ପ୍ରତିନିଧି ଭାବେ ଅଭିନନ୍ଦନ ପଣ୍ଡା, ବ୍ଲକ ଚେୟାରମେନ ତରେଶ୍ୱରୀ ସାହୁ, ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଭାରତ ଲାଲ ରାଉତ ପତୋରା ମନ୍ଦିର କମିଟି ସାଧାରଣ ସମ୍ପାଦକ ତଥା ନୂଆପଡା ସରପଞ୍ଚ ସଂଘ ସଭାପତି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ମନ୍ଦିର କମିଟି କାର୍ଯ୍ୟକର୍ତ୍ତା ତଥା ସ୍ଥାନୀୟ ସମାଜସେବୀ ସୁରେଶ ଅଗ୍ରୱାଲ, ଭାନୁ ଦଣ୍ଡସେନା, ଭାରତ ରାଉତ, ଓମ ପ୍ରକାଶ କଲାର, କମଲେଶ ଦୀକ୍ଷୀତ ପ୍ରମୁଖ ଗୁରୁ ଦାଇତ୍ୱ ତୁଲାଇ ଏହି ମହାଶିବରାତ୍ରି ମେଳା କୁ ସଫଳ କରାଇ ଥିଲେ ।

ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବଲ ଟ୍ରଷ୍ଟ ତରଫରୁ ଦୂର ଦୁରନ୍ତରୁ ଆସି ଥିବା ଭକ୍ତଙ୍କୁ ଭୋଜନର ବ୍ୟବସ୍ଥା କରା ଯାଇଥିଲା । ଅନେକ ଭକ୍ତ ସେଠାରେ ପ୍ରସାଦ ସେବନ କରିଥିଲେ । ମନ୍ଦିରରେ ହେଉ ଥିବା କ୍ଷୀରି ପ୍ରସାଦ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିଲା ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.