ଭାରତବନ୍ଦ : କୋକସରା – ମୋଟେର ଠାରେ ପୂର୍ଣ୍ଣ ପ୍ରଭାବ

କୋକସରା,୫/୩ : ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ଆନୁକୂଲ୍ୟରେ ଆଜି ଭାରତ ବନ୍ଦ ଡାକରାରେ ବିଭିନ୍ନ ସାମାଜିକ ରାଜନୈତିକ ସଂଗଠନ ଏକତ୍ରିତ ହୋଇ ଭାରତ ବନ୍ଦକୁ ସଫଲ କରିଛନ୍ତି।
ଏହି ପରିପ୍ରେକ୍ଷିରେ କୋକସରା ବ୍ଳକ୍ ମୋଟେର ଠାରେ ସଂଘର ଉପସଭାପତି ଦୁର୍ଯ୍ୟେଧନ ଜାଲ ଓ ରାଷ୍ଟ୍ରିୟ ପଛୁଆବର୍ଗ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଚନ୍ଦ୍ର ଶେଖର ଗୋପାଲଙ୍କ ଆହ୍ବାନ କ୍ରମେ ବିଭିନ୍ନ ସଂଗଠନର କର୍ମ କର୍ତ୍ତା ଓକର୍ମୀ ମାନେ ଜାତୀୟ ରାଜପଥ ନଂ ୨୬କୁ ଅବରୋଧ କରିବା ଫଳରେ ଭବାନିପାଟଣା – ଜୟପୁର ଯାତାୟତ ଠପ ହୋଇଯାଇଛି।

Omkar Vasthu
Omkar Vasthu

ସଂଘର ଦାବୀ ଅନୁସାରେ ୧୦ ପ୍ରତିଶତ ସଧାରଣ ବର୍ଗର ଲୋକଙ୍କୁ ଆରକ୍ଷଣ ଦେବା, ୧୩ ପଏଣ୍ଟ ରୋଷ୍ଟର, ୧୦ ଲକ୍ଷ ଆଦିବାସୀଙ୍କୁ ଜଙ୍ଗଲ ଜମିଠାରୁ ବିତାଡିତ କରିବାବିରୁଦ୍ଧରେ ଆଦି ଦାବୀ ପ୍ରମୂଖ ସହ ୧୧ଟି ଦାବି ନେଇ ଭାରତ ବନ୍ଦ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହି ବନ୍ଦକୁ ସଫଲ କରିବାରେ କଳମପୁର ବ୍ଳକ ସଂଯୋଜକ ଧନଞ୍ଜୟ ସାହୁ, କଳାହାଣ୍ଡି ଶବର ସମାଜ ସଂପାଦକ ରତ୍ନାକର ଶବର, କ୍ଷୀରସିନ୍ଧୁ ବୋଡକିଆ, ଗୋପାଳ ଧଙ୍ଗଡାମାଝୀ, ପଦ୍ମଲୋଚନ ପୁଝାରୀ, ସୁଶିଲ ଜାଲ, ଯୁଧିଷ୍ଠିର ପାଣି, ଘେନୁ କର, ଜଗଜିବନ କୁମାର, ଚକ୍ରଧର ନାଏକ, ଜୟ ପାନ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.