ଅଲ ଓଡ଼ିଶା ଇପିଏଫ ପେନସନରସ ଆସୋସିଏସନର ପୁରୀ ଜିଲ୍ଲା ସମ୍ମିଳନୀ

● ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ବିଧାୟକଙ୍କ ସମର୍ଥନ ଘୋଷଣା

ପୁରୀ: ଅଲ୍ ଓଡ଼ିଶା ଇପିଏଫ ପେନସନରସ୍ ଆସୋସିଏସନ୍ ର ପୁରୀ ଜିଲ୍ଲା ଶାଖା ସମ୍ମିଳନୀ ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ପ୍ରଦ୍ଵିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ବିଧାୟକ ତାଙ୍କ ବ୍ୟକ୍ତବ୍ୟରେ ଇପିଏଫ ପେନସନ ଭୋଗିଙ୍କ ସର୍ବନିମ୍ନ ପେନସନ ମାସିକ ୯୦୦୦ଟଙ୍କାକୁ ବୃଦ୍ଧି କରିବା ସହ ମହାଙ୍ଗା ଭତା ପ୍ରଦାନ ଦାବିକୁ ଦୃଢ଼ ସମର୍ଥନ କରିଥିଲେ। ଏହି ବାବଦରେ ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ପେନସନ ବୃଦ୍ଧି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ‍ନେବାପାଇଁ ପ୍ରକାଶ କରିଥିଲେ। ଏଥିସହ ଆସୋସିଏସନ୍ ର ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀର ଅଭ୍ୟର୍ଥନା କମିଟିର ଅଧକ୍ଷ ରହି ୩୦ ଗୋଟି ଜିଲ୍ଲାରୁ ଆସୁଥିବା ଆସୋସିଏସନ୍ ର ଜିଲ୍ଲା ପ୍ରତିନିଧି ମାନଙ୍କ ଉପଯୁକ୍ତ ଆତିଥ୍ୟତା ବାବଦରେ ସହାୟକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu


ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ଉଦବୋଧନ ଦେଇ ଓଡ଼ିଶା ସମେତ ଦେଶରେ ଥିବା ୬୭ଲକ୍ଷ ଇପିଏଫ ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କା ସହ ମହାଙ୍ଗା ଭତା ଦେବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବର୍ଦ୍ଧିତ ପେନସନ ଦେବା ଏବଂ ଓଡ଼ିଶାର ସମସ୍ତ ପେନସନ ଭୋଗିଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କର ଏହି ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦାସ, ସମ୍ପାଦକ ମାୟାଧର ମଲ୍ଲିକ, ଉପ ସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ, ହରେକୃଷ୍ଣ ବେହେରା, କଟକ ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁ, ସହ ସମ୍ପାଦକ ବୁଲେଇ ବେହେରା, ସଂଯୋଜକ ରବୀନ୍ଦ୍ର କୁମାର ପରିଡ଼ା ଏବଂ ଜଗତସିଂପୁର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ କଣ୍ଡୁରି ଚରଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୈଳାସ ଚନ୍ଦ୍ର ସାହୁ, ହୃଷୀକେଶ ମିଶ୍ର, ପ୍ରସନ୍ନ କୁମାର ଦାସ ପ୍ରମୁଖ ବିବରଣୀ ଉପରେ ଆଲୋଚନା କରିଥିଲେ। ଦିଗମ୍ବର ପଣ୍ଡା ଧନ୍ୟବାଦ ଦେଇଥିଲେ। ଶେଷରେ ଦିବଂଗତ ସଦସ୍ୟ ମାନଙ୍କର ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସଭା ଭଙ୍ଗ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.