କୋକସରା, (ହିରଣ୍ୟ ବେହେରା): ତରାପୁରପଞ୍ଚାୟତର ଚାଷୀ ମାନେ ରବିଚାଷ ର ଜଳ ସେଚନ ପାଇଁ ଏକ ମାସ ହେବ ଦାବି କରି ଆସୁଥିଲେ । ବିଭିନ୍ନ ସମୟରେ ବୈଠକ ଓ ଆଲୋଚନା ପରେ ମଧ୍ୟ କୌଣସି ପ୍ରତିଶୃତି ନ ମିଳିବାରୁ ସୋମବାର କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକେଇ ଥିଲେ । ଏ ନେଇ ମଙ୍ଗଳବାର ଚାଷୀ ଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଥିଲେ । ମଙ୍ଗଳବାର ପୁଣି ଚାଷି ମାନେ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ଓ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ଅନୁସାରେ ଆସନ୍ତା ୬ ଜାନୁଆରୀ ରୁ ମେ ମାସ ତାରିଖ ୬ ପର୍ଯ୍ୟନ୍ତ ବାମ କେନାଲ ର ଫୁଲିମୁଣ୍ଡା ଗେଟ ପର୍ଯ୍ୟନ୍ତ ଜଳସେଚନ ହେବ ଓ ଜଳ ସଂରକ୍ଷଣ ପାଇଁ ଚାଷୀମାନେ ନିଜ ଖର୍ଚ୍ଚ ରେ ନିଜେ ଆଡ଼ିବନ୍ଧ ତିଆରି କରିବେ ଓ ଛୋଟ କିସମ ର ଡାଲୁଅ ଧାନ କରିବାକୁ ପରାମର୍ଶ ଦେଇଛନ୍ତି । ତାପରେ ଯଦି ଚାଷ ଜନିତ କିଛି କ୍ଷୟକ୍ଷତି ହେଲେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଳି ଚାଷି ଙ୍କୁ କୁହାଯାଇଛି । ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଙ୍କ ଏହି ସର୍ତ୍ତ ରେ ଚାଷୀମାନେ ରାଜି ହୋଇଥିବା ସୁଚନା ମିଲିଛି । ଯନ୍ତ୍ରୀ ଙ୍କ ସହ ଚାଷି ଟେକଚାନ୍ଦ ଛତ୍ରୀଆ, ସୁବ୍ରତ ପଣ୍ଡା, ଆଶିଷ ପଣ୍ଡା, ପୁରୁଷୋତ୍ତମ ସିଂ, ସଂଜୀବ ସାହୁ,ସରୋଜ ସାହୁ, ତରୁଣ ଭୋଇ, ଯଶୋବନ୍ତ ରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।