ଆମେ ଓଡ଼ିଆ ଭାରି ବଢିଆ ପରିବାରର ଦ୍ବିତୀୟ ବାର୍ଷିକ ଉତ୍ସବ ସମାରୋହ

ଭୁବନେଶ୍ୱର: ଆମେ ଓଡ଼ିଆ ଭାରି ବଢିଆ ପରିବାରର ଦ୍ବିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପରିବାରର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ଦିଲ୍ଲୀର ଅଧ୍ୟକ୍ଷ ପ୍ରବୀର ମହାନ୍ତି, ବରିଷ୍ଠ ମଞ୍ଚ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା, ଟାଇମ୍ ଓଡ଼ିଆ ନ୍ୟୁଜର ସଂପାଦକ କାହ୍ନୁ ଚରଣ ନାୟକ, କଣ୍ଠଶିଳ୍ପୀ ଇତିଶ୍ରୀ ଦୀକ୍ଷିତ ଏବଂ ଅମୀୟବାଳା ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆମେ ଓଡ଼ିଆ ଭାରି ବଢିଆ ପରିବାରର ପରିଚାଳକ ଅମିତ କୁମାର ଗୋଛାୟତ, ସତ୍ୟବ୍ରତ ସାହୁ, ରୂପଶ୍ରୀ ସାହୁ, ଦୀପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ସ୍ଵେଛାସେବୀ ସଙ୍ଗଠନ ଓଡ଼ିଶାର ଗରିବ, ଅସହାୟ, ନିରୀହ ଲୋକ ମାନଙ୍କୁ ସେବା ଯୋଗେଇ ଆସୁଛି ଏବଂ ଆଗାମୀ ଦିନରେ ଏହି ସାମାଜିକ ଅନୁଷ୍ଠାନ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚି ଲୋକ ମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ ଦୃଢ ସଂକଳ୍ପ ନେଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.