କୃଷକ ଉତ୍ପାଦକ ସଂଘ ବୋର୍ଡ ସଦସ୍ୟ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ହେମନ୍ତ ସାହୁ): ଭବାନୀପାଟଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ତାଲିମ କକ୍ଷ ରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନା ଓ ନାବାର୍ଡ ର ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ର ପରିଚାଳନାରେ ଜିଲ୍ଲାର ୩ ଗୋଟି କୃଷକ ଉତ୍ପାଦକ କମ୍ପାନୀର ବୋର୍ଡ ସଦସ୍ୟଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ତାଲିମ କାର୍ଯକ୍ରମକୁ ଡିଡିଏମ ନାବାର୍ଡ ମଳୟ କୁମାର ମେହେର ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅମିତାବ ପଣ୍ଡା ଉଦଘାଟନ କରି କୃଷକ ମାନଙ୍କ ଆର୍ଥିକ ବିକାଶ ରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଅଞ୍ଚଳର କୃଷି ଉତ୍ପାଦର ଉତ୍ପାଦନ ଓ ବଜାର ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟାକୁ ଚିହ୍ନଟ କରି ତାର ସମାଧାନ ସଂପୃକ୍ତ ସରକାରୀ ବିଭାଗର ଯୋଜନା ମାଧ୍ୟମରେ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର ଥୁଆମୂଳ ରାମପୁର , ଜୁନାଗଡ ଓ କର୍ଲାମୁଣ୍ଡା ବ୍ଲକ ରୁ ୩୦ ଜଣ ଚାଷୀ ଯୋଗ ଦେଇ ଥିଲେ । ଡିଡିଏମ ନାବାର୍ଡ ଶ୍ରୀଯୁକ୍ତ ମେହେର ୩ ଗୋଟି କୃଷକ ଉତ୍ପାଦକ କମ୍ପାନୀଙ୍କୁ ୩ ବର୍ଷ ପାଇଁ ନାବାର୍ଡ ତରଫରୁ ଅନୁଦାନ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯକ୍ରମକୁ ଅନୁଷ୍ଠାନର ପ୍ରକଳ୍ପ ପରିଚାଳକ ପରମାନନ୍ଦ ପ୍ରଧାନ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ମିଶ୍ର ଓ ଯତୀଶ ମାଝି ସହଯୋଗ କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.