ପ୍ରଗତିଶୀଳ ପାଣ୍ଡରା ଯୁବା ମଞ୍ଚ କଳାହାଣ୍ଡି ଶାଖାର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ

କେସିଙ୍ଗା, (ମଧୁସୂଦନ ଠାକୁର): ସ୍ଥାନୀୟ ବୋରିଙ୍ଗପଦର କଲ୍ୟାଣ ମଣ୍ଡପ ଠାରେ ପ୍ରଗତିଶୀଳ ପଣ୍ଡାରା ଯୁବ ମଞ୍ଚ କଳାହାଣ୍ଡି ଶାଖା ତରଫରୁ ପ୍ରଥମ ଯୁବ ଚିନ୍ତନ ସମ୍ମିଳନ ଅନୁଷ୍ଠିତ ହୋଇଯାଇଛି । ପଣ୍ଡରା ସମାଜ କଳାହାଣ୍ଡି ବଲାଙ୍ଗୀର ସଭାପତି ଦୟାସାଗର ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ରାଜ୍ୟ କମିଟି ସଦସ୍ୟ ରଘୁରାଜ ସିଂ ସେନାପତି, କ୍ଷମାନିଧି ଝାଙ୍କର, ପବିତ୍ର ସାହା, ନରୋତ୍ତମ ସାହା ଏବଂ କଳାହାଣ୍ଡି ରୁ ସରୋଜ ସାହା, ଯାଦବେନ୍ଦ୍ର ସାହା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ଏକ ମଶାଲ ଶୋଭାଯାତ୍ରା କେସିଙ୍ଗା ବୁଢାଡ଼ଙ୍ଗର ମନ୍ଦିରରୁ ବାହାରି ପଣ୍ଡରା ଭବନ ପର୍ଯ୍ୟନ୍ତ ଯାଇଥିଲା । ପରେ ବୋରିଂପଦର କଲ୍ୟାଣ ମଣ୍ଡପ ଠାରେ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଅସ୍ମିତା, ସଂଘତି ଓ ପ୍ରଗତିର ଉଦ୍ଦେଶ୍ୟକୁ ସମସ୍ତ ବକ୍ତା ଉପସ୍ଥାପନ କରିଥିଲେ । ଏହି ଅବସରରେ ସ୍ବର୍ଗତ ପାର୍ଥ ବିଷିଙ୍କୁ ମରଣତ୍ତର, ବୈଷ୍ଣବ ସାହା, ରାଧାକାନ୍ତ ସାହା, ହଳଧର ସାହା, ଡ଼ା. ଗୁଣସାଗର ସାହା, ଦୟାସାଗର ସାହା, ପୁରନ୍ଦର ଭୋଇ, ଉପେନ୍ଦ୍ର ଭୋଇଙ୍କୁ ସମ୍ମାନିତ କରାଯାଇଥିଲା ।

Udyog Nursery
Udyogi Nursery

 

ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଡେଭିସ ସାହା, ମନୋଜ ବିଶି, ଗଗନ ବିଶି, କିଶୋର ସାହା, ସଞ୍ଜୟ ବିଷି ପ୍ରମୁଖ ସହଯୋଗ କରିଥିଲେ । ଜ୍ଞାନେନ୍ଦ୍ର ଭୋଇ ଜିଲ୍ଲା ଆବାହକ, ମନୋଜ ବିଶି ସଂଯୋଜକ ଓ କିଶୋର ସାହା କୋଷାଧକ୍ଷ ଭାବରେ ମନୋନୀତ ହୋଇଥିଲେ ।

ଏଥିରେ ସମସ୍ତ ଗ୍ରାମ ପାଇଁ ସଂଯୋଜକ ଘୋଷଣା କରାଯାଇଥିଲା । ବୈଷ୍ଣବ ସାହା ଓ ତେଜରାମ ମାଝୀଙ୍କ ତତ୍ୱାବଧାନରେ ପ୍ରାରମ୍ଭିକ ଓ ସମାପନ ସଂଗୀତ ଗାନ କରାଯାଇଥିଲା । କେସିଙ୍ଗା ସାମ୍ବାଦିକ ମହାସଂଘର ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.