● ସଂରକ୍ଷଣ ଉଛେଦକୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତେଜିଲେ ଆଦିବାସୀ
ନୂଆପଡା: ସଦର ବ୍ଲକ ଟାନୱାଟ ପଂଚାୟତରେ ବୁଧୁବାର ଅପରାହ୍ନ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣକୁ ରାଜ୍ୟ ସରକାର ଉଛେଦ କରିଥିବାରୁ ଜିଲ୍ଲା ଆଦିବାସୀ ସଂଘ ଏହାର ବିରୋଧ କରିଛନ୍ତି। ନୂଆପଡା ଜିଲ୍ଲା ଆଦିବାସୀ ସଂଙ୍ଘ ର ସଭାପତି ଭାନୁ ପ୍ରତାପ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ବାଳକୃଷ୍ଣ ଶବର, ଉପଦେଷ୍ଠ ବିହାରିଲାଲ ବିଶ୍ୱାଳ, ହୋମ ସିଂ ମାଝୀ, ଜୟରାମ ଶବର, ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ,ଖାମସିଂ ମାଝୀ ପ୍ରମୁଖ ମଂଚାସୀନ ଅତିଥି ଥିଲେ। ତେବେ ରାଜ୍ୟ ସରକାର ଆଦିବାସୀ ମାନଙ୍କୁ ତାଙ୍କର ହକ ରୁ ବଂଚିତ କରିବେ ତାହେଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଙ୍ଘ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥୀ ପତ୍ର ଦାଖଲ କରିବ ନାହିଁ ବୋଲି ଏହି ବୈଠକ ରେ ନିଷ୍ପତି ନେଇଛି। ଏହା ସହିତ ପାରମ୍ପରିକ ରୀତିନୀତି ଜିଲ୍ଲା ଆଦିବାସୀ ସଂଘ ଆଗାମୀ । ତାରିଖ ରେ ଏହାକୁ ବିରୋଧ କରି ରାଜରାସ୍ତ କୁ ମଧ୍ୟ ଓଲ୍ହାଇବା ବୋଲି ଚେତାବନୀ ଦେଇଛି।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in