ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପଟାଙ୍ଗପଡ଼ା ଚମ୍ପିଅନ୍, ଟୁବୁସ୍ ମ.ରାମପୁର ରର୍ନ୍ସଅପ୍‌

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଚଳିତ ବର୍ଷର୍ ପଟାଙ୍ଗପଡ଼ା ଦଳ ଚମ୍ପିଅନ ହେଇଥିବାବେଳେ ଟୁବୁସ ମ.ରାମପୁର ଦଳ ରର୍ନ୍ସଅପ୍ ହେଇଛନ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନୀତ ଅତିଥିଭାବରେ ଯୁବନେତା ତଥା ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ନିଜକୁ ସବୁବେଳେ ଖେଳୁଆଡ଼ ମନନେଇ ଖେଳିବାକୁ କହିଥିଲେ । କାରଣ ଖେଳ ମଣିଷକୁ ସୁସ୍ଥ ଓ ନିରାମୟ ଜୀବନ ଦେଇଥାଏ । କିନ୍ତୁ ଖେଳାଳୀଟିଏ ନିଜକୁ ସବୁବେଳେ ଶାନ୍ତ ରଖିବା ଉଚିତ, ଯାହା ତାକୁ ତାର ପ୍ରଗତି ପଥରେ ପଥ କଢାଇନେଇଥାଏ ବୋଲି ପ୍ରକାଶ କରିଥିଲେ । ସାକ୍ଷାତ ସମୟରେ ତାଙ୍କ ସହିତ କମିଟୀ ତରଫରୁ ରଶ୍ମି ରଂଜନ ପ୍ରହରାଜ, ଶାନ୍ତନୁ ସ୍ୱାଇଁ, ଅଙ୍କିତକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଅତିଥିଙ୍କ ପରିଚୟ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ମ୍ୟାଚ ପଟାଙ୍ଗପଡ଼ା ଏବଂ ଟୁବୁସ ମ.ରାମପୁର ମଧ୍ୟରେ ଅନୁଷ୍ଠିତ ହେଇଥିଲା । ପ୍ରଥମେ ଟସ୍ ଜିଣି ପଟାଙ୍ଗପଡ଼ା ଫିଲ୍ଡିଂ ନେଇଥିବାବେଳେ ଟୁବୁସ୍ ମ.ରାମପୁର ବ୍ୟାଟିଂ କରିଥିଲା । ନିର୍ଦ୍ଧାିରିତ ଓଭରରେ ଟୁବୁସ୍ ମ.ରାମପୁର ଦଳ ୮୩ ରନ୍ ସଂଗ୍ରହ କରିଥିବାବଳେ ଜବାବରେ ପଟାଙ୍ଗପଡ଼ା ଦଳ ମାତ୍ର ଚାରି ୱିକେଟ ବିନିମୟରେ ୮୭ ରନ୍ ସଂଗ୍ରହ କରି ଚମ୍ପିଅନ୍ ହେଇଥିଲେ । ବେଷ୍ଟ କ୍ୟାଚ ଭାବରେ ଜିତେନ୍ଦ୍ର ବାଗ, ବେଷ୍ଟ ବୋଲର ରାଜା, ବେଷ୍ଟ ସିକ୍ସର ଭାବରେ ବବଲୁ ସଗରିଆ, ମ୍ୟାନ ଅଫ୍ ଦିି ମ୍ୟାଚ, ପଟାଙ୍ଗପଡ଼ାର ବିଭୂତି, ମ୍ୟାନ ଅଫ ଦ ସିରିଜ ବବଲୁ(ଟୁବୁସ୍ ବେଷ୍ଟ ଭୋଲେଣ୍ଟିଅର ତୁଷାର ନାଏକ, ଲିଟୁ ବାଗ ଫାଇନାଲ ମ୍ୟାଚରେ ଅମ୍ପେଆର ଭାବରେ ସାଇପ୍ରସାଦ ମହାରଣା ଏବଂ ମଣ୍ଟୁ ଦୁବେ, ସ୍କୋରର ମାଷ୍ଟର ଟିଟୁ ଏବଂ ଦିନେଶ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ । କମିଟୀ ତରଫରୁ ଟୁଲୁ ସେଠୀ, ଦୁଷ୍ମନ୍ତ ବାଗ, ଧୀରୋଜ ଘିଭେଲା, ବୁଲୁ ଦଣ୍ଡସେନା, ରିଙ୍କୁ ସାହୁ, ଗୋଲୁ ଏବଂ ଅନ୍ୟମାନେ ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.