ଲୋକପ୍ରିୟ କଳାକାର ତଥା ସାମ୍ବାଦିକ ସନ୍ତୋଷ କୁମାର ବଚା ଓରୋଫ୍ ସୁପ୍ରିତ କଲ୍ୟାଣସିଂହପୁର କ ଜୋନ୍ ଜିଲ୍ଲା ପରିଷଦ ପାଇଁ ସ୍ଵାଧୀନ ପ୍ରାଥି ଭାବେ ନାମାଙ୍କନ ପତ୍ର କଲେ ଦାଖଲ

ରାୟଗଡ଼ା, (ଶିବ ନାରାୟଣ ଗୈାଡ): ସାରା ଓଡ଼ିଶାରେ ରାଜନୈତିକ ଉଷ୍ମତା ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋ ଜୋନ୍ ଜିଲ୍ଲା ପରିଷଦ ଆସନ ପାଇଁ ସ୍ଵାଧୀନ ପ୍ରାଥି ଭାବେ ଲୋକପ୍ରିୟ କଳାକାର ତଥା ସାମ୍ବାଦିକ ସନ୍ତୋଷ କୁମାର ବଛା ଓରୋଫ୍ ସୁପ୍ରିତ ପ୍ରାଥିପତ୍ର ଦାଖଲ କରିଛନ୍ତି । ସବୁ ଜୋନ୍ ପରି ଏହି ଜୋନ୍ ରେ ବି ବିଜେଡ଼ି, ବିଜେପି , ବିଏସପି ଦଳ ପକ୍ଷରୁ ପ୍ରାଥିପତ୍ର ଦାଖଲ କରାଯାଇଛି । ସନ୍ତୋଷ କୁମାର ବଛା ଓରୋଫ୍ ସୁପ୍ରୀତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମ ବାସିନ୍ଦା । ଅନେକ ଦିନରୁ ଆଦିବାସୀ ଭାଷା କଳା ସଂସୃତି ଉପରେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଆଲବମ ଗୀତ ରେ କଣ୍ଠଦାନ କରିବା ସହ ଅଭିନୟ କରିଛନ୍ତି । ଏକା ଧାରରେ ସେ ଜଣେ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶନା ଦାୟିତ୍ୱରେ ରହି ଅଧିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ଲୁକାୟତ୍ କଳା ପ୍ରତିଭା କୁ ଲୋକଲୋଚନ କରିବା ସହ ଅନେକ ସଚେତନ ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ପୁରସ୍କୃତ ହୋଇଛନ୍ତି ବର୍ତ୍ତମାନ କିଛି ଦିନ ହେବ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରି ଆସୁଛନ୍ତି ବର୍ତ୍ତମାନ ସେ କଲ୍ୟାଣସିଂହପୁର କୋ ଜୋନ୍ ରେ ପ୍ରାଥିପତ୍ର ନାମାଙ୍କନ କରିବା ପରେ ରାଜନୈତିକ ଫଳାଫଳ କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଲାଗିରହିଛି । ଜଣାଶୁଣା କଳାକାର ଭାବେ ଅନେକ ଦିନର ସଂଘର୍ଷ କରି ସୂପ୍ରିତ ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଅଛନ୍ତି ତାଙ୍କ ଦ୍ଵାରା ରାୟଗଡ଼ ଜିଲ୍ଲାରେ ଆଦିବାସୀ ଭାଷା ରେ ନାଚ ଗୀତ ର ପ୍ରଚାର ପ୍ରସାର ହୋଇପାରିଛି ସେମିତି ତାଙ୍କ ସହଯୋଗରେ ଅନେକ ଆଞ୍ଚଳିକ କଳାକାର ତଥା ପଦ୍ମନ୍ ପାଣି , ଜଗଦାଶ ନାଚିକା, ମୁନା ହିମିରିକା, ସୁବାସ କୁନାକା ଏମିତି ଅନେକ କଳାକାର ଲୋକଲୋଚନ ହୋଇଛନ୍ତି ସେମିତି କୋରାପୁଟ ଜିଲ୍ଲା ବନ୍ଧୁଙ୍ଗା ବ୍ଲକ ଆଦିବାସୀ ଝିଅ ନମିତା ମେଲେକା ଙ୍କୁ ସେ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ଯାହା ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚେନାଲ୍ ରେ ପ୍ରସାରିତ ହେବାପରେ ଓଲିଉଡ଼ ଜଗତର ଆଗଧାଡିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ କୁ ଡାକି ଏକ ଭୋଜନ ଗୀତ ରେକୋର୍ଡିଂ କରିଥିଲେ ବର୍ତ୍ତମାନ ଜଣାଶୁଣା କଳାକାର ଏବେ ରାଜନୀତିରେ ପାଦ ଦେଲା ପରେ ରାଜନୈତିକ ଭବିଶ୍ୱତ କଣ ହେବ ଦେଖିବାର ବାକି ରହିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.