ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମାଣ୍ଡେଲ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ

କଳାହାଣ୍ଡି: ନର୍ଲା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ ମାଣ୍ଡେଲ ରେ ନିର୍ବାଚନ ମାହୋଲ ସରଗରମ ରହିଛି । ଦୀର୍ଘ ବର୍ଷ ଧରି ସମାଜସେବା କରି ଅଞ୍ଚଳର ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିବା ପଦ୍ମଲୋଚନ ଜାଲ ଏଥର ମାଣ୍ଡେଲ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମାଣ୍ଡେଲ ପଞ୍ଚାୟତକୁ ଦେଶର ଏକ ଅଗ୍ରଣୀ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ପଞ୍ଚାୟତବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେବା କରିବାର ଭାବନା ନେଇ ସେ ନିର୍ବାଚନ ଲଢୁଥିବା ପ୍ରକାଶ କରିଛନ୍ତି । ଏହି ପଞ୍ଚାୟତରେ ମୋଟ ତିନିଜଣ ସରପଞ୍ଚ ପ୍ରାର୍ଥୀ ଲଢେଇ କରୁଥିଲେ ମଧ୍ୟ ଶିକ୍ଷା, ଜନସଂପର୍କ, ସମାଜସେବା ସର୍ବୋପରି ନୂତନ ଚିନ୍ତନ ପାଇଁ ପଦ୍ମଲୋଚନ ଜାଲ ଅନ୍ୟ ଦୁଇଜଣଙ୍କ ଅପେକ୍ଷା ଜନସାଧାରଣଙ୍କ ନିକଟତର ହୋଇଥିବା ଜଣାପଡିଛି । ଜନସାଧାରଣଙ୍କ ଭଲପାଇବା ଓ ବିଶ୍ବାସ ତାଙ୍କ ପାଇଁ ଶୁଭଙ୍କର ହେବ । ଏପଟେ ମାଣ୍ଡେଲ ପଞ୍ଚାୟତବାସୀ ପରିବର୍ତ୍ତନ ଚାହୁଁଥିବାର ଆଭାସ ମିଳିଛି । ପୂରୁଣା ନେତା ମାନଙ୍କ ଉପରେ ଆଉ ଭରସା ନାହିଁ ବୋଲି ଅନେକ ମତଦାତା ମତ ପ୍ରକାଶ କରିଛନ୍ତି । ଏସବୁ ଦୃଷ୍ଟିରୁ ପଦ୍ମଲୋଚନ ଜାଲ ନିର୍ବାଚନୀ ବୈତରଣୀ ପାର ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ଶୁକ୍ରବାର ଠାରୁ ଶ୍ରୀ ଜାଲ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପାଳନ ସହ ଶୃଙ୍ଖଳିତ ଭାବେ ସେ ପ୍ରଥମ ଦିନରେ ମାଣ୍ଡେଲ ଗାଁର ଘରକୁ ଘର ଯାଇ ଗୁରୁଜନଙ୍କ ଆଶିର୍ବାଦ ସହ ଭୋଟ ଭିକ୍ଷା କରିଛନ୍ତି । ଜନସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି । ଯୁବ ଓ ମହିଳା ବର୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପଦ୍ମଲୋଚନଙ୍କ ଯୋଜନା ରହିଛି । ଏହାସହ ଶିକ୍ଷା, କୃଷି, ପଶୁପାଳନ, ଜଳସେଚନ, ପରିମଳ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଆର୍ଥିକ ପ୍ରଗତି, ଗ୍ରାମ୍ୟ ସୈ।ନ୍ଦର୍ଯ୍ୟିକରଣ ଆଦି ବିବିଧ ବିଷୟକୁ ନେଇ ମାଣ୍ଡେଲ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ବଦ୍ଧ ପରିକର । ତେଣୁ ତାଙ୍କୁ ଖୋଳା ବହି ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମାଣ୍ଡେଲ ପଞ୍ଚାୟତର ସମସ୍ତ ମତଦାତା ମାନଙ୍କୁ ଅନୁରୋଧ କରିଛନ୍ତି ପଦ୍ମଲୋଚନ ଜାଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.