କଳାହାଣ୍ଡି: ନର୍ଲା ବ୍ଲକ ରାକ୍ସି ପଞ୍ଚାୟତର ସରପଞ୍ଚ ଲଢେଇ ଏଥର ରୋଚକ ମୋଡରେ ପହଞ୍ଚିଛି । ଏଥର ଏହି ଆସନରେ ମାତ୍ର ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ୨୦୧୨ ନିର୍ବାଚନରେ ବିଜୟ ଧଙ୍ଗଡାମାଝୀ ନିର୍ବାଚିତ ହୋଇ ୨୦୧୭ ପର୍ଯ୍ୟନ୍ତ ନିଜର ଦାଇତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ । ଏହାପରେ ୨୦୧୭ରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ ସରପଞ୍ଚ ଭାବେ ନିର୍ବାଚିତ ହୋଇ ୨୦୨୨ ପର୍ଯ୍ୟନ୍ତ ରାକ୍ସି ସରପଞ୍ଚ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ବିଜୟ ଧଙ୍ଗଡାମାଝୀ ପୁନର୍ବାର ସରପଞ୍ଚ ପଦବୀ ପାଇଁ ଲଢେଇ କରୁଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲୋକଙ୍କ ସୁଖ ଦୁଃଖରେ ସମଭାଗୀ ହୋଇ ଆସିଥିବା ଶ୍ରୀ ଧଙ୍ଗଡାମାଝୀ ଏଥର ମଧ୍ୟ ଜନସାଧାରଣଙ୍କ ଉପରେ ଭରଷା ପ୍ରକଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି । ୨୦୧୨ ନିର୍ବାଚନ ସେ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ଦୀର୍ଘ ପାଞ୍ଚ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ନିଜ ପଞ୍ଚାୟତରେ କରାଇ ପାରିଛନ୍ତି । ଖାଦ୍ୟ ସୁରକ୍ଷା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଗୃହ, ମୋ କୁଡ଼ିଆ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଗମନା ଗମନ, ଶିକ୍ଷାର ଉନ୍ନତି ସହ କୋଭିଡ ସମୟରେ ଲୋକଙ୍କୁ ସହଯୋଗ ଭଳି ଲୋକଭିମୁଖୀ କାର୍ଯ୍ୟ କରି ସେ ଅଞ୍ଚଳବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇପାରିଛନ୍ତି । ପୂର୍ବ କାର୍ଯ୍ୟଧାରା, ସମାଜସେବା, ଉତ୍ତମ ଜନସଂପର୍କ ଓ ଉନ୍ନତି ମୂଳକ କାର୍ଯ୍ୟକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ପାରି ହୋଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।