ନର୍ଲା ବ୍ଲକରେ ଶୃଙ୍ଖଳିତ ମତଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଞ୍ଚ ବର୍ଷ ପରେ ଆସିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ନର୍ଲା ବ୍ଲକର ୨୬ ଗୋଟି ପଞ୍ଚାୟତରେ ଭୋଟିଂ ହେଉଛି । ଆଜି ସକାଳୁ ବୁଥ୍ ମାନଙ୍କରେ ଭିଡ ଦେଖିବାକୁ ମିଳିଥିଲା । ମତଦାତାମାନେ ଶୃଙ୍ଖଳିତ ଭାବେ ଭୋଟଦାନ କରୁଥିବା ଦେଖାଯାଇଛି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୩୨୩ ଗୋଟି ୱାର୍ଡ ରହିଥିବା ବେଳେ ୩୭୯ ଜଣ ୱାର୍ଡସଭ୍ୟ/ସଭ୍ୟା ପ୍ରାର୍ଥୀ/ ପ୍ରାର୍ଥୀନୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସରପଞ୍ଚ ପଦବୀ ନିମନ୍ତେ ୯୦ ଜଣ, ସମିତି ସଦସ୍ୟ ପଦବୀ ନିମନ୍ତେ ୮୬ ଜଣ ଓ ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ୧୦ ଜଣ ପ୍ରାର୍ଥୀ/ ପ୍ରାର୍ଥୀନୀ ନିର୍ବାଚନୀ ମୈଦାନରେ ରହିଛନ୍ତି । ଚଳିତ ପଞ୍ଚାୟତିରାଜ ନିର୍ବାଚନରେ ନର୍ଲାରେ ସର୍ବମୋଟ ୫୬୫ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚନି ମୈଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନିର୍ବାଚନ ପାଇଁ ନର୍ଲା ନିର୍ବାଚନ ଅଧିକାରୀ ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.