ନର୍ଲା ବ୍ଲକରେ ନିର୍ବାଚନୀ ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଭୋଟ ଦାନ ବାକ୍ସ ଗୁଡିକ ଆସି ନର୍ଲା ବ୍ଲକରେ ପହଞ୍ଚୁଛି । ନର୍ଲା ବ୍ଲକରେ ଭୋଟ ବାକ୍ସ ଗ୍ରହଣ ଓ ଷ୍ଟ୍ରଙ୍ଗ ରୁମ ର ବ୍ୟବସ୍ଥା କିଭଳି ହୋଇଛି? ଏହାର ସମୀକ୍ଷା କରିବା ପାଇଁ ଆଜି ଦିନ ୨.୧୫ ରେ ଆସି ପହଞ୍ଚିଥିଲେ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକ ପରିସରରେ କରାଯାଇଥିବା ବ୍ୟବସ୍ଥା ଗୁଡିକ ନର୍ଲା ନିର୍ବାଚନ ଅଧିକାରୀ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ ଜିଲ୍ଲାପାଳଙ୍କୁ ବୁଲାଇ ଦେଖାଇବା ସହ ସମସ୍ତ ବିଷୟ ଅବଗତ କରାଇଥିଲେ । ନର୍ଲା ବ୍ଲକର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଦେଖି ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ । ନର୍ଲାର ୩୨୩ ଗୋଟି ବୁଥରେ ଦିନ ୧ ଟା ବେଳେ ନିର୍ବାଚନ ସମାପନ ହୋଇ ସାରିଥିବା ବେଳେ ବୁଥ ଗୁଡିକରୁ ଭୋଟ ଦାନ ବାକ୍ସ ଗୁଡିକ ଆସି ନର୍ଲା ବ୍ଲକ ରେ ପହଞ୍ଚିବାରେ ଲାଗିଛି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତ ପାଇଁ ୨୬ ଗୋଟି କାଉଣ୍ଟର ବ୍ଲକ ପରିସରରେ ଖୋଲା ଯାଇଛି । ପୁଲିଙ୍ଗ ଅଧିକାରୀମାନେ ଗତକାଲି ସେହି କାଉଣ୍ଟର ଗୁଡିକରୁ ଭୋଟ ଗ୍ରହଣ ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ କରି ଉକ୍ତ ପଂଚାୟତର ବୁଥ ଗୁଡିକୁ ଯାଇଥିଲେ । ଏବେ ଭୋଟ ଦାନ ସରିବା ପରେ ଭୋଟ ବାକ୍ସ ଗୁଡିକ ନେଇ ପୁଲିଙ୍ଗ ଅଧିକାରୀ ମାନେ ନର୍ଲା ବ୍ଲକକୁ ଆସି ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ପାଇଁ ଖୋଲା ଯାଇଥିବା କାଉଣ୍ଟର ଗୁଡିକରେ ଜମା ଦେଉଥିବା ଦେଖିବାକୁ ମିଳୁଛି । ନର୍ଲା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.