ହାଲୁଆ ପଂଚାୟତର ସର୍ବାଙ୍ଗୀନ ଉନ୍ନତୀ ପ୍ରତିଶୃତିରେ ସୂର୍ଯ୍ୟ ଚିହ୍ନ ପ୍ରାର୍ଥୀ ତାମାରାଓ ବିଡିକା

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଭଳି ମୈାଳିକ ସୁବିଧା ପଂହଚାଇବାକୁ ଦେବେ ପ୍ରାଧାନ୍ୟତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ଗାଁ ଗହଳିରେ ଏବେ ରାଜନୈତିକ ଦଳର ନେତା ଓ କର୍ମୀ ମାଳମାଳ ହୋଇ ବୁଲୁଛନ୍ତି । ନିଜ ସମର୍ଥିତ ପ୍ରାର୍ଥୀମାନଙ୍କ ସକାଶେ ଭୋଟଭିକ୍ଷା କରି ଦେଉଛନ୍ତି ଅନେକ ପ୍ରତିଶୃତି । ତେବେ ଦେଉଥିବା ପ୍ରତିଶୃତି କେତେ ଦୂର କାର୍ଯ୍ୟକାରୀ ହେବ ତାହା ଭୋଟର ତଥା ଜନତା ଜନାର୍ଦ୍ଧନ ଠିକ୍ ଭାବେ ଜାଣିଛନ୍ତି । ତେଣୁ ଚଳିତ ନିର୍ବାଚନରେ ନିଜ ପସନ୍ଦର ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମନସ୍ଥ କରିଛନ୍ତି ଭୋଟର । ତେବେ ଅଂଚଳରେ ରହିଥିବା ସମସ୍ୟା ଓ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ହେଲେ ନିଶ୍ଚିତ ଭାବେ ଜଣେ ଅନୁଭବୀ ନେତାଟିଏ ତଥା ଜନ ପ୍ରତିନିଧିଟିଏ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ସଦର ବ୍ଳକର ହାଲୁଆ ଗ୍ରାମ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଚଳିତ ନିର୍ବାଚନରେ ସୂର୍ଯ୍ୟ ଚିହ୍ନରେ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଳାଇଛନ୍ତି ଅଂଚଳ ମାଟିର ପୁଅ ତାମାରାଓ ବିଡିକା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପଂଚାୟତରେ ସେ ଗତ ୨୦୧୭ ନିର୍ବାଚନରେ ପଂଚାୟତବାସୀଙ୍କ ସମର୍ଥନ ପାଇ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପଂଚାୟତରେ ମୈାଳିକ ସୁବିଧା ଲୋକଙ୍କୁ ଯୋଗାଇବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥିଲେ । ଯାହାର ଅନୁଭୂତିକୁ ନିଜେ ପଂଚାୟତବାସୀ ହୃଦୟଙ୍ଗମ କରିଛନ୍ତି । ଏବଂ ଚଳିତ ନିର୍ବାଚନରେ ପୁଣି ଥରେ ଜନ ପ୍ରତିନିଧି ଭାବେ ହାଲୁଆ ଗ୍ରାମ ପଂଚାୟତର ସର୍ବାଙ୍ଗୀନ ଉନ୍ନତିର ଆଶା ନେଇ ପଂଚାୟତବାସୀ ତାମାରାଓ ବିଡିକାଙ୍କୁ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଓହ୍ଳାଇଛନ୍ତି । ତାମାରାଓ ବିଡିକା ନିଜ ପଂଚାୟତର ଅନେକ ଗରିବ ଶ୍ରେଣୀର ପରିବାର ତଥା ଯୋଗ୍ୟ ହିତାଧିକାରୀମାନଙ୍କୁ ଆବଶ୍ୟକ ସହଯୋଗ କରିବା ସହ ସବୁ ସମୟରେ ଅଂଚଳର ବିକାଶ ପାଇଁ ଚିନ୍ତା କରି ଆସିଛନ୍ତି । ଚଳିତ ନିର୍ବାଚନରେ ହାଲୁଆ ଗ୍ରାମ ପଂଚାୟତରେ ତାଙ୍କ ବିପକ୍ଷରେ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଳାଇଛନ୍ତି ।

Udyog Nursery
Udyogi Nursery

ସୂର୍ଯ୍ୟ ଚିହ୍ନ ପ୍ରାର୍ଥୀ ଶ୍ରୀ ବିଡିକା ହାଲୁଆ ଗ୍ରାମ ପଂଚାୟତରେ ଦୀର୍ଘ ଦିନରୁ ଲାଗି ରହିଥିବା ଅନେକ ଗ୍ରାମର ପାନୀୟ ଜଳ ସଙ୍କଟ ସମସ୍ୟା ଦୂର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସେ ନିଜ ସମର୍ଥକ ତଥା ଅଂଚଳବାସୀଙ୍କ ଗହଣରେ ନିଜ ପଂଚାୟତର ବିଭିନ୍ନ ଗାଁର ଘର ଘର ବୁଲି ଭୋଟରମାନଙ୍କୁ ଭୋଟଭିକ୍ଷା କରିବା ସହ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀମାନଙ୍କ ସହ ଆଲୋଚନା କରୁଛନ୍ତି । ଯାହାକୁ ନେଇ ପଂଚାୟତବାସୀଙ୍କ ତରଫରୁ ମଧ୍ୟ ତାମାରାଓଙ୍କୁ ବିପୁଳ ସମର୍ଥନ ମିଳିବ ବୋଲି ଜଣାପଡିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.