ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରାଉଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା

ଓଡ଼ିଆ ବାର୍ତ୍ତା/ ରାୟଗଡା|କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ନିଜର କାରଖାନା ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନସାଧାରଣଙ୍କର ଅର୍ଥପୂର୍ଣ୍ଣ କଲ୍ୟାଣ ପ୍ରୟାସଗୁଡିକ କ୍ଷେତ୍ରରେ ନିବିଡ ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ‘ପ୍ରୋଜେକ୍ଟ କୌଶଲ୍ୟା’ ଗ୍ରାମାଞ୍ଚଳର ବେକାରୀ ମହିଳାଙ୍କ ନିକଟରେ ପହଞ୍ଚିବା ସହିତ ଆୟକାରୀ ପନ୍ଥାଗୁଡିକ ଜରିଆରେ ସେମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସହାୟତା କରୁଛି । ୨୦୧୫ ସେପ୍ଟେମ୍ବରରେ ଆରମ୍ଭ ହେବା ଦିନଠାରୁ ଏହା ବାଫଲିମାଳୀ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଦରଜୀ ଓ ଚାନ୍ଦୁଆ କାମରେ ୧୭୫ରୁ ଅଧିକ ମହିଳାଙ୍କୁ ତାଲିମ ପ୍ରଦାନ କରିଛି ଏବଂ ସେମାନଙ୍କ ପାଇଁ ସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିଛି । ସଂପ୍ରତି ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମରୁ ପ୍ରାୟ ୨୫ ଜଣ ମହିଳାଙ୍କୁ ସିଲେଇ ସହିତ ଚାନ୍ଦୁଆ ତିଆରି ତାଲିମ ପ୍ରଦାନ କରାଯାଉଛି । ଏ ସମ୍ପର୍କରେ ପ୍ରକାଶ କରି ୟୁଏଆଇଏଲ୍‍ର ୟୁନିଟ ମୁଖ୍ୟ ଶ୍ରୀ ମଜହର ବେଗ୍‍ କହିଛନ୍ତି, “ରାୟଗଡା ଜିଲ୍ଲାରେ ଅଣ୍ଡିରାକଞ୍ଚ, ମାଇକଞ୍ଚ, ନୂଆଗାଁ, କଞ୍ଚଗୁମା, ଯୋଗୀପାରିତୁଣ୍ଡା ଏବଂ ରତାଚୁଆଁ ଭଳି ଉତ୍କଳ ଆଲୁମିନାର ଚତୁର୍ପାଶ୍ୱର୍ରେ ଥିବା ଗ୍ରାମଗୁଡିକର ମହିଳାଙ୍କୁ ସାମ୍ପ୍ରତିକ ବଜାର ଚାହିଦା ପୂରଣ ପାଇଁ ସିଲେଇ ଓ ଚାନ୍ଦୁଆ ତିଆରି କ୍ଷେତ୍ରରେ ସଦ୍ୟତମ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଶେଷହେବା ପରେ ଶିକ୍ଷାନବିଶମାନଙ୍କୁ ଆରଆଇସି (ଆଞ୍ଚଳିକ ଶିଳ୍ପ କେନ୍ଦ୍ର), ଏସବିଆରଇଏସଇଟିଆଇ (ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ) ଏବଂ ଟିକିରି ଆଗ୍ରୋ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ଋଣ ସହାୟତାରେ ସିଲେଇ କାର୍ଯ୍ୟକୁ ସେମାନଙ୍କର ବ୍ୟକ୍ତିଗତ ଉଦ୍ୟୋଗ ଭାବରେ ହାତକୁ ନେବାକୁ ଉତ୍ସାହିତ କରାଯାଉଛି ।”

ଇତିମଧ୍ୟରେ ତାଲିମ ଶେଷ କରିଥିବା ଆଠଜଣ (୮) ମହିଳା ସେମାନଙ୍କର ନିଜସ୍ୱ ସିଲେଇ ୟୁନିଟ ସ୍ଥାପନ ଦିଗରେ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ଶିଳ୍ପୀ ଉନ୍ନତି ଯୋଜନା ଅଧୀନରେ ଋଣ ପାଇବାକୁ ଆରଆଇସି ରାୟଗଡା ସହିତ ସଂଯୁକ୍ତ କରାଯାଇଛି ।ଏତଦ୍‍ବ୍ୟତୀତ ଆଉ ୧୦ ଜଣ ଶିକ୍ଷାନବୀଶଙ୍କୁ ବ୍ୟକ୍ତିଗତ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଟିକିରି ଆଗ୍ରୋ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଠାରୁ ଋଣ ସହାୟତା ଯୋଗାଇ ଦିଆଯାଇଛି । ସଂପ୍ରତି ଅଣ୍ଡିରାକଞ୍ଚ, ନୂଆଗାଁ ଏବଂ କଞ୍ଚଗୁମା ଗ୍ରାମଗୁଡିକରୁ ୨୫ ଜଣ ବାଳିକାଙ୍କୁ ନୂଆଗାଁ ଠାରେ ପ୍ରୋଜେକ୍ଟ କୌଶଲ୍ୟା ଅଧୀନରେ ଚାନ୍ଦୁଆ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦିଆଯାଉଛି । ଉତ୍କଳ ଆଲୁମିନାର କାର୍ଯ୍ୟକାରୀ ମୂଳଧନ ସହାୟତାକୁ ନେଇ ଅଧିକରୁ ଅଧିକ ସଂଖ୍ୟକ ମହିଳା ମାସକୁ ୩୦୦୦ ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଛନ୍ତି ଏବଂ ଏହା ସେମାନଙ୍କୁ ସେମାନଙ୍କ ପରିବାରଗୁଡିକର ଜୀବନ ଧାରଣ ମାନରେ ଉନ୍ନତି ଆଣିବାରେ ସମର୍ଥ କରାଉଛି । ଶ୍ରୀ ବେଗ୍‍ ଆଉ ମଧ୍ୟ କହିଛନ୍ତି ଯେ, “କୋଭିଡ-୧୯ ମହାମାରୀର ଶେଷ ଲହର ସମୟରେ ଯୋଗୀପାରିତୁଣ୍ଡା, ହାତୀଖମଣ ଏବଂ ଦଣ୍ଡାମୁଣ୍ଡ ଆଦି ଗ୍ରାମର ୧୮ ଜଣ ବାଳିକା ୬୪,୭୧୫ ମାସ୍କ ସିଲେଇ କରିବା ସହିତ ସମ୍ମିଳିତ ଭାବରେ ୨,୫୮,୮୬୦ ଟଙ୍କା ଆୟ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ସ୍ଥାପନ ସକାଶେ ଆମେ ସିଲେଇ ମେସିନ ଯୋଗାଇ ଦେଇଥିଲୁ ।”

ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୫ଟି ଜିଲ୍ଲାର ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ସହିତ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମଗୁଡିକ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‍ସ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ପରିଚାଳିତ ହେଉଛି, ଯିଏ କମ୍ପାନୀ ନିଜର କାର୍ଯ୍ୟକଳାପ ଜାରି ରଖିଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବାର ଦୂରଦୃଷ୍ଟି ରଖୁଛନ୍ତି । ୟୁଏନ୍‍ ଏସଡିଜି ମୁତାବକ କମ୍ପାନୀର ଲକ୍ଷ୍ୟ ହେଉଛି ଅବହେଳିତମାନଙ୍କର ଦାରିଦ୍ର‌୍ୟ ବୋଝ ହାଲୁକା କରିବା ଏବଂ ସମାବେଶୀ ଅଭିବୃଦ୍ଧିକୁ ପୃଷ୍ଠପୋଷକତା ଯୋଗାଇଦେବା । ଏଭଳି ପ୍ରୟାସ ଦ୍ୱାରା ସମାଜର ଦୁର୍ବଳ ଏବଂ ନାମମାତ୍ର ବର୍ଗଙ୍କ ପାଇଁ ଏକ ଉତ୍ତମ ଓ ଦୀର୍ଘସ୍ଥାୟୀ ଜୀବନଧାରଣ ନିର୍ମାଣ କରିବାକୁ ଶ୍ରୀମତୀ ରାଜଶ୍ରୀ ବିର୍ଲା ମାର୍ଗଦର୍ଶନ କରାଉଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.