ଜିଏମୟୁରେ ୰ପଞ୍ଚାନନ ମିଶ୍ର, ୰ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ଓ ୰ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଭାଷା ସାହିତ୍ୟର ସାଧକ ତ୍ରୟ ସ୍ବର୍ଗତ ପଞ୍ଚାନନ ମିଶ୍ର, ସ୍ବର୍ଗତ ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ଓ ସ୍ବର୍ଗତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜି.ଏମ୍.ୟୁର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନିରବ ପ୍ରାର୍ଥନା ସହ ଅମର ଆତ୍ମାମାନଙ୍କର ସଦଗତି କାମନା କରାଯାଇଥିଲା । ଏଥିରେ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ, ଗବେଷିକାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଦିବଂଗତ ସାହିତ୍ୟ ସାଧକମାନଙ୍କ ସ୍ମୃତି ଚାରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.