ଅଣସଂରକ୍ଷିତ ଆସନରେ ପୁରୁଷଙ୍କୁ ପଛରେ ପକେଇ କେତକୀ ଦଣ୍ଡିଆ ହେଲେ ସରପଞ୍ଚ

ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ହେମନ୍ତ ସାହୁ): ଆସନଟି ରହିଥିଲା ଅଣସଂରକ୍ଷିତ । ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହିତ ଏହି ମଇଦାନରେ ଜଣେ ଗୃହିଣୀ ନିଜକୁ ସଜ କରିଥିଲେ । ଭୋଟରଙ୍କ ପାଖକୁ ଗଲେ, ଭୋଟ ଭିକ୍ଷା କଲେ । ଲୋକଙ୍କ ଆସ୍ଥା ଭାଜନ ହେଲେ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତରେ କେତକୀ ଦଣ୍ଡିଆ ସରପଞ୍ଚ ଭାବରେ ନିର୍ବାଚିତ ହେଇଛନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଛରେ ପକାଇ ସେ ଏହି ବିଜୟ ହାସଲ କରିଛନ୍ତି । ଶ୍ରୀମତୀ ଦାଣ୍ଡିଆ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ନିଜର କୃତଜ୍ଞତା ପଞ୍ଚାୟତବାସୀଙ୍କୁ ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.