ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳନ

ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଅଷ୍ଟ ପ୍ରହର ନାମଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ମହା ଶିବରାତ୍ରୀ, ଜାଗର ଯାତ୍ରା । ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହେଉଛି । ଆଜି ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ଖମ୍ବପଡା, ତୁଳାପଡା, ବିଲାଟ୍, ବୁଢିପଦର, କେରାଣ୍ଡିଖୁଣ୍ଟି, ଭୀମକେଲା ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଆଜି ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଛି ଅଷ୍ଟ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ । ପ୍ରବଳ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ପୁରି ଉଠିଛି ଶୈବପୀଠ ସ୍ଥଳୀ । ରାତିକୁ ଜାଗର ଯାତ୍ରା । ଆହୁରି ଅନେକ ସଂଖ୍ୟାରେ ଜାଗର ବ୍ରତୀ ମାନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ସଂକୀର୍ତ୍ତନ ସାଙ୍ଗକୁ ସାମୁହିକ ପ୍ରସାଦ ସେବନ ଓ ଅନ୍ନଛତ୍ରର ବ୍ୟବସ୍ଥା କମିଟି ତରଫରୁ ରଖାଯାଇଛି । ପାଞ୍ଚଗୋଟି ସଂକୀର୍ତ୍ତନ ମଣ୍ଡଳୀ ଆସି ନାମଯଜ୍ଞରେ ସାମିଲ ହୋଇଛନ୍ତି । ନୀଳକଣ୍ଠେଶ୍ୱର ଶିବ ମନ୍ଦିର ନର୍ଲାରୋଡ ପରିଚାଳନା କମିଟିର ସଭାପତି ଗୋବିନ୍ଦରାମ କେଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଶିବରାତ୍ରୀ ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ ଅମର ରାଉତ, ନରସିଂହ ମହାରଣା, ମଧୁସୁଦନ ରାଉତ, ବିନାୟକ ମହନ୍ତ, ଯୋଗେଶ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଆଜି ରାତ୍ର ୧୨ ଟା ବେଳେ ମହାଦୀପ ଉଠିବ ବୋଲି ମନ୍ଦିର ପରି·ଳନା କମିଟି ସୂତ୍ରରୁ ଜଣା ପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.