ସର୍ଗିଗୁଡାର ନବନିର୍ବାଚିତ ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆଙ୍କ ଜନସାକ୍ଷାତ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ଆଜି ପବିତ୍ର ଶିବରାତ୍ରୀରେ ଜନସାକ୍ଷାତ ଯାତ୍ରା କରିଛନ୍ତି । ତାଙ୍କ ସମର୍ଥକ ମାନଙ୍କ ଗହଣରେ ନର୍ଲାରୋଡ, ଭଟାଙ୍ଗ, ପଟାଙ୍ଗପଡା, ଉଲିସିର୍କା, ବାଙ୍କେଲ ପ୍ରଭୃତି ଗ୍ରାମର ପ୍ରତି ଘରକୁ ଘର ଯାଇ ଜନସାଧାରଣଙ୍କୁ ତାଙ୍କୁ ବିପୁଳ ପରିମାଣରେ ଭୋଟଦେଇ ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେ

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

କୃତ ଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ନର୍ଲା ସରପଞ୍ଚ ଥିବା ଶ୍ରୀ ଗୌଡିଆ ଏଥର ସର୍ଗିଗୁଡା ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ଶ୍ରୀଯୁକ୍ତ ଗୈାଡିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦିଙ୍କ ଠାରୁ ୧୧୩୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିବା ଜଣାପଡିଛି । ଆଗାମୀ ଦିନରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବିକାଶ ପାଇଁ କାମ କରିବେ ବୋଲି ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.