ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହେଲା ଜାଗର ରାତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ହୋଇଉଠିଛି ପରିବେଶ । ଏହାସହ ଅଖଣ୍ଡ ଦୀପ ଜାଳି ଜାଗର ରାତି ପାଳନ କରିଛନ୍ତି ଶ୍ରଦ୍ଧାଳୁ । ଅନେକ ଶିବ ମନ୍ଦିରରେ ଉଠିଛି ମହାଦୀପ । ଚଳିତ ବର୍ଷ କରୋନା କଟକଣା କୋହଳ ହେବାପରେ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

କୋକସରା ବ୍ଲକର ସର୍ବ ପୁରାତନ ଶୈବପୀଠ ବଡ କେନ୍ଦୁଗୁଡା ଗାଁ ଝାରବନ୍ଧର ବାବା ଶ୍ରୀ କାଳେଶ୍ୱର ମହାଦେବ, କୁସୁମଖୁଣ୍ଟି ନିଳକଣ୍ଠେଶ୍ୱର ମନ୍ଦିର, ରେଙ୍ଗାଳପାଲି, କୁମୁଡାମୁଣ୍ଡା, ଝରିଆଗୁଡା, କୋକସରା କାଳେଶ୍ୱର ମନ୍ଦିର, ଶିଉନି ମନ୍ଦିର, ଲଡୁଗାଁ ଶିବ ମନ୍ଦିରରେ ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଦର୍ଶନ ପାଇଁ ଭକ୍ତ ମାନେ ମନ୍ଦିର ଆଗରେ ଧାଡି ବାନ୍ଧି ପର୍ଯ୍ୟାୟ କ୍ରମେ ଦର୍ଶନ କରିଛନ୍ତି ।

ମନ୍ଦିର କମିଟି ପକ୍ଷରୁ ଭିଡ଼ ନିୟନ୍ତ୍ରଣ ସହ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ କରୁଥିବା ଶ୍ରୀ ନୀଳକଣ୍ଠେଶ୍ଵର ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ପାତ୍ର କହିଛନ୍ତି । କୁସୁମଖୁଣ୍ଟି ନୀଳକଣ୍ଠେଶ୍ଵର ମନ୍ଦିର କମିଟି ପକ୍ଷରୁ ସମ୍ବଲପୁରର ଜୟ ମା ଚଣ୍ଡୀ କୃଷ୍ଣ ଗୁରୁ ଭଜନ ମଣ୍ଡଳୀ ଦ୍ୱାରା ଭଜନ କାର୍ଯ୍ୟକ୍ରମ ସହ ଜାଗର ଦିପ ଦର୍ଶନ କରିବାକୁ ମନ୍ଦିର ବେଢ଼ାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.