ମହାଦେବଙ୍କ ଜାଗର ଯାତ୍ରା ପାଇଁ ଚଳ ଚଞ୍ଚଳ କୋରାପୁଟର ଗୁପ୍ତେଶ୍ୱର ଶୈବ ପୀଠ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଶୈବ ପୀଠ ମହାଦେବଙ୍କ ଜାଗର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି । ମଙ୍ଗଳବାର ଭୋରରୁ ଭକ୍ତଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ଗତ ବର୍ଷ ସରକାରଙ୍କ କରୋନା କଟକଣା ଯୋଗୁଁ ଜାଗର ମେଳା ହୋଇପାରିନଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଅଛି । ଭକ୍ତମାନେ ଗୁପ୍ତେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ନୀତିକାନ୍ତି ସହ ରାତ୍ର ୧୨ଟାରେ ମହା ଦୀପ ପ୍ରଜ୍ବଳନ କରାଯିବ ବୋଲି ମନ୍ଦିର ପୂଜକ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିବା ବେଳେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଗଣ ଖୁସି ଥିବା ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.