ମୋଟେର ସରପଞ୍ଚ ଭାବେ ନିର୍ବାଚିତ ହେଲେ ବାସନ୍ତୀ ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହିରଣ୍ୟ ବେହେରା): ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ହୋଇ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା ହୋଇଛି । କୋକସରା ବ୍ଲକ ମୋଟେର ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବାସନ୍ତୀ ନାଏକ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ନାଏକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କୁନ୍ତୀ ପାଳଙ୍କୁ ୧୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥର ନିର୍ବାଚନରେ ମୋଟେର ପଞ୍ଚାୟତରେ ପାଞ୍ଚ ଜଣ ପ୍ରାର୍ଥୀନୀ ସରପଞ୍ଚ ଲଢେଇରେ ଅବତୀର୍ଣ୍ଣ ହୋଇଥିଲେ । ବାସନ୍ତୀ ନାଏକ ମୋଟେର ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ହୋଇଥିବା ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ସେ ପଞ୍ଚାୟତ ବାସୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.