ମାଁ ଭୈରବୀ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

ବେନଗାଁକୁ ହରାଇ ଡ଼ଙ୍ଗାଜୋର ଚମ୍ପିୟନ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ: ବେନଗାଁ ଖେଳ ପଡିଆରେ ମାଁ ଭୈରବୀ ନକଆଉଟ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ବେନଗାଁ ମା ଭୈରବୀ ଯୁବକସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ବେନଗାଁ-୪୨୦ ଓ ଡ଼ଙ୍ଗାଜୋର ମଧ୍ୟ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଡ଼ଙ୍ଗାଜୋର ପ୍ରଥମେ ଟସ ଜିତି ନିର୍ଧାରିତ ୧୬ ଅଭରେ ୯ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥଲା । ବେନଗାଁ ଖେଲାଡି-୪୨୦ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦ ଉଇକେଟ ହରାଇ ୧୦୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଡ଼ଙ୍ଗାଜୋର ୩୧ ରନରେ ବିଜୟୀ ହୋଇଥିଲା । ଉଦଜାପନୀ ଉତ୍ସବରେ ନବ ନିର୍ବାଚିତ ସରପଞ୍ଚ ପୁରାଣା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ବିଜେତା ଦଳକୁ ଟ୍ରଫି ସହିତ ନଗଦ ୧୪ ହଜାର ଓ ରନର୍ସ ଦଳକୁ ଟ୍ରଫି ସହିତ ୭ ହଜାର ପୁରସ୍କାର ଦେଇଥିଲେ । ‘ମ୍ୟାନ ଅଫ ଦ ମ୍ୟାଚ’ ମନୋଜ ମାଝୀ ପାଇଥିବାବେଳେ ‘ମ୍ୟାନ ଅଫ୍ ଦ ସିରିଜ’ ଡାଳ ଓ ‘ଗେମ ଚେଞ୍ଜର’ ଭାବେ ସୁନୀଲ ମାଝୀ ବିବେଚିତ ହୋଇ ଥିଲେ । ମା ଭୈରବୀ କ୍ଲବ ନରେନ୍ଦ୍ର ବେହେରା ଓ ମୁକେଶ ସାହୁ ଉପସ୍ଥିତ ଥିଲାବେଳେ ସଂଜୀବ ସାହୁ ଓ ଶଙ୍କର ମାଝୀ ଖେଳ ପରିଚାଳନା କରିଥିଲେ । ମ୍ୟାଚରେ ଜିରାଣା ମାଝୀ ସ୍କୋର ବୋଡ଼ ଓ ନିତ୍ୟାନନ୍ଦ ସାହୁ ଧାରବିବାରଣୀ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ମା ଭୈରବୀ କ୍ଳବ କର୍ମକର୍ତା ଶତ୍ରୁଘନ ମାଝୀ, ଲୁଲୁ ସାହୁ, ବଳିଆ ସାହୁ, ଚିତ୍ର ଦୋରା ସହିତ କ୍ଲବର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.