ମହା ଶିବରାତ୍ରରେ ନୃସିଂହ ବାବା ପୂଜା କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମହା ଶିବରାତ୍ର ପାଇଁ ବିଭିନ୍ନ ଶୈବ ପିଠ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭବାନୀପାଟଣା ବ୍ଲକ ତିଳଯୋଡି ଗାଁର ଶୈବପୀଠ ଠାରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ନୃସିଂହ ବାବା ପୂଜା କମିଟି ତିଳଯୋଡି ପକ୍ଷରୁ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଆଖ ପାଖ ଅଞ୍ଚଳ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ମହାଦେବଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବାକୁ ସମବେତ ହୋଇଥିଲେ । ଏହି ଅନ୍ନପ୍ରସାଦ ବିତରଣରେ ଡୋଳେଶ୍ୱର ମାଝୀ, ଦାମ ରଣା, ଯଶୋବନ୍ତ ରଣା, ରୋମାଞ୍ଚଳ ରଣା, କୈଳାସ ଗୌଡ଼, ନୀଳାଞ୍ଚଳ ଗୌଡ଼, ସନ୍ତୋଶ ରଣା, ସଂକୀର୍ତନ ରଣା, ରତନ ମାଝୀ, କ୍ଷୀରସିନ୍ଧୁ ସାହୁ, ଧ୍ରୁବ ନାଏକ, ଶରତ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଠିକ ଭାବରେ ପରିଚାଳିତ ହୋଇଥିବାରୁ ଶ୍ରଦ୍ଧାଳୁମାନେ ପୂଜା କମିଟିକୁ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.