ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ଭର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ନୃସିଂହ ଆନନ୍ଦ ସ୍ମୃତି ପୂଜ୍ୟପୂଜା ଭବନ ପଟଣା ଠାରେ ପ୍ରତିଷ୍ଠାନର ସଭାପତି ଇ° ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉର୍ମିଳା ମହାନ୍ତି, ସମ୍ମାନୀୟ ଅତିଥି ଭାବେ ୪୨ମୌଜା ଥାନା ଅଧିକାରୀ ଅନିତା ସାହୁ ଓ ସିନେ କଳାକାର ମିଥୁ ମିଥୁନ ମହାପାତ୍ରଙ୍କୁ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ସରୋଜ ନଳିନୀ ପରିଜା ଓ ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୪୨ମୌଜା ଥାନା ଅଧିକାରୀ ଭାବେ ଶ୍ରୀମତୀ ସାହୁ ଅବସ୍ଥାପିତ ହେବା ପରଠାରୁ ସମ୍ପୁର୍ଣ୍ଣ ଅଞ୍ଚଳ ଏକ ଶାନ୍ତ ପରିବେଶ ଭାବେ ରହିଅଛି ଯାହାକି ଅତ୍ୟନ୍ତ ଖୁସିର କଥା । ପ୍ରତିଷ୍ଠାନ ତରଫରୁ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଭୂୟିଶ ପ୍ରଶଂସା କରାଯାଇଥିଲା । ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପରି ଏକ ଆଦର୍ଶ ଅନୁଷ୍ଠାନ ଓଡ଼ିଶାରେ ବିରଳ । ସମାଜ ତଥା ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ୍ ବ୍ୟକ୍ତବିଶେଷଙ୍କ ତୈଳଚିତ୍ର ଗୁଡ଼ିକୁ ଏଠାରେ ସୁନ୍ଦର ଭାବେ ସଂରକ୍ଷିତ କରାଯାଇ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ଦ୍ବାରା ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଉଅଛି ଏବଂ ଅନୁଷ୍ଠାନ ତରଫରୁ ସେମାନଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଯଥା ବିଧି ପାଳିତ ହେଉଅଛି । ଉପସ୍ଥିତ ବକ୍ତାମାନେ ଶ୍ରୀ ମହାନ୍ତିଙ୍କ ଏତାଦୃଶ ମହତ୍ କାର୍ଯ୍ୟକୁ ସାଧୁବାଦ୍ ଜଣାଇଥିଲେ ।

Udyog Nursery
Udyogi Nursery

ଏହା ପରେ ୪୨ମୌଜାସ୍ଥିତ ବନ୍ତୁଣିଆ ଗ୍ରାମର ସଫଳ ଚାଷୀ, ବିଶିଷ୍ଟ ସମାଜସେବୀ ତଥା ସ୍ପଷ୍ଟବାଦୀ ନ୍ୟାୟବିତ୍ ସ୍ବର୍ଗତ ବଟକୃଷ୍ଣ ବିଶ୍ଵାଳଙ୍କ ତୈଳଚିତ୍ରକୁ ଥାନା ଅଧିକାରୀଣୀ ଶ୍ରୀମତୀ ସାହୁଙ୍କ ଦ୍ଵାରା ଉନ୍ମୋଚନ କରାଯାଇ ଅନୁଷ୍ଠାନରେ ସ୍ଥାନିତ କରାଯିବା ସହ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ତରଫରୁ ହିତାଧିକାରୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅସୀମ ଦାସ, ପ୍ରଭାତ କୁମାର ଖଟୁଅା, ବିନୋଦ ବେହେରା, ବୀରବର ଲେଙ୍କା, ଉପେନ୍ଦ୍ର ବାରିକ, ପ୍ରସନ୍ନ କୁମାର ବେହେରା, ହରିବନ୍ଧୁ ଆଚାର୍ଯ୍ୟ, ଗଗନ ଲେଙ୍କା, ନଟବର ବେହେରା, ଶୁଭେନ୍ଦୁ ବରଣ ଦାସ ମହାପାତ୍ର, କ୍ଷୀରୋଦ ଦାସ, ବୈରାଗୀ ସାହୁ, ସନ୍ତୋଷ କୁମାର ସାହୁ, ମିନତି ସାହୁ, ବିଚିତ୍ର ରାଉତ, ଆଶିଷ ବେହେରା, ଶ୍ରୀବନ୍ତିକା ମହାନ୍ତି, ମାଧବ ପରିଡ଼ା, ସୁଧାକର ଭୋଇ, ଘନଶ୍ୟାମ ମଲ୍ଲିକ, ଶୁଭ ରଞ୍ଜନ ବେହେରା ଓ ସୁଦାମ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.