କୁଟିଆ କନ୍ଧ ଜନଜାତି ସମ୍ପ୍ରଦାୟର କୁପୋଷଣ ଦୂରୀକରଣ ନିମନ୍ତେ ନୂତନ ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ: କୁଟିଆ କନ୍ଧ ଜନଜାତିଙ୍କ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ନିମନ୍ତେ ଓଡିଶା ସରକାରଙ୍କ ଆଦିବାସୀ ହରିଜନ ଉନ୍ନୟନ ବିଭାଗର ଏକ ନୂତନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକାରେ ଉନ୍ନତି କାର୍ଯ୍ୟକ୍ରମ) ଲାଞ୍ଜିଗଡ ବ୍ଲକର ଛତ୍ରପୁର, ବାତେଲିମା, ଲାଞ୍ଜିଗଡ଼, ଜଗନ୍ନାଥପୁର ଓ ବସନ୍ତପଡା ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ୬ ମାସରୁ ୩ ବର୍ଷର ଶିଶୁଙ୍କୁ ତିନି ଓଳି ରନ୍ଧା ଖାଦ୍ୟ ଏସଏଚଜି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ୮ ଟି ମାତୃ ଶିଶୁ ପୋଷଣ କେନ୍ଦ୍ର ଓ ଏହା ସହିତ ୧୫ ଟି ସ୍ଥାନରେ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ଗୋଟେ ଓଳି ରନ୍ଧା ଖାଦ୍ୟ ତା ସାଙ୍ଗକୁ ୮ ଟି ଅଙ୍ଗନବାଡି କେନ୍ଦ୍ର ଠାରୁ ଦୂରରେ ଥିବା ଗ୍ରାମରେ ୩ ରୁ ୬ ବର୍ଷର ଶିଶୁଙ୍କ ପାଇଁ ପଡା ପୁଷ୍ଟି କାର୍ଯ୍ୟକ୍ରମ କରିବା ନିମନ୍ତେ ମାତୃ ଶିଶୁ ପୋଷଣ କେନ୍ଦ୍ର ଠାରେ ଦିଆଯିବ ।

ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ସହାୟତାରେ ଏସଏଚଜି ମହିଳା ମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏହା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଦ୍ଵାରା ବାତେଲିମା ଗ୍ରାମ ପଞ୍ଚାୟତର ଟୁରୀଗୁଡା ଓ ରସବୁନ୍ଦେଲ ଗ୍ରାମରେ ଶୁଭ ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓପିଇଏଲଆଇପି ଲମ୍ବୋଦର ପ୍ରଧାନ, ପ୍ରକଳ୍ପ ପ୍ରବନ୍ଧକ ଜ୍ୟୋତ୍ସା ମିଶ୍ର, ଅଙ୍ଗନବାଡି ସୁପରଭାଇଜର ମିନା ପାଣିଗ୍ରାହୀ, ଏନସି ମୁକେଶ ବେହେରା, ପିଏଚ ଆରଏସ ଅଶୋକ ପଟ୍ଟନାୟକ, ଏସଏମ ମନୋଜ ମଲ୍ଲିକ, ମାନସ ଗହୀର, ଏଲଏଫଆର ଓ ପରମାନନ୍ଦ ରଣା ଓ ସରସ୍ବତୀ ଏସଏଚଜି ଉପସ୍ଥିତ ଥିଲେ । ଏହା ସାଙ୍ଗକୁ ଲାଞ୍ଜିଗଡ ପଂଚାୟତର ଵାଣିଗାଁ, ଗୋଈପଟା, ଜଗନ୍ନାଥପୁର ପଂଚାୟତର ଜଗନ୍ନାଥପୁର ଓ ସେମିଲିଭଟା, ଛତ୍ରପୁର ପଂଚାୟତର ମସ୍କାପଦର, ଲେପଟାଗୁଡା ଓ ଭାଟଗୁଡ଼ା, ବସନ୍ତପଡା ପଂଚାୟତର କଂସାରୀ ଠାରେ ମଧ୍ୟ ଆରମ୍ଭ କରାଯାଇଛି ।ଏଠାରୁ ଅଙ୍ଗନବାଡି ଠାରୁ ଶୁଖିଲା ଖାଦ୍ୟ ଗ୍ରାମ୍ୟ ଉନ୍ନୟନ ସଂଘଙ୍କ ଉପସ୍ଥିତିରେ ଏସଏଚଜି ମାନଙ୍କୁ ହସ୍ତାନ୍ତର କରାଯାଇ ତାଙ୍କଦ୍ୱାରା ହିତାଦିକାରୀଙ୍କୁ ବଣ୍ଟନ କରାଯାଇଥିଲା ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.