୩୯୬ ଜଣ ଛାତ୍ରଛାତ୍ରୀ ଦୁଇଟି କେନ୍ଦ୍ରରେ ଦେଲେ ପରୀକ୍ଷା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଠାରେ ଥିବା ବ୍ଲକର ଏକମାତ୍ର ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଓ ୯ମ ଶ୍ରେଣୀରେ ପ୍ରବେଶ ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି । ନର୍ଲା ନୋଡାଲ ହାଇସ୍କୁଲ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲା ଏହି ଦୁଇଗୋଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହେଉଥିବା ବେଳେ ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ଦୁଇଗୋଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ନର୍ଲା ହାଇସ୍କୁଲ କେନ୍ଦ୍ରରେ ୬ଷ୍ଠ ଓ ୯ମ ଶ୍ରେଣୀ ପବେଶିକା ପାଇଁ ପରୀକ୍ଷା ହେଉଥିବା ବେଳେ ନର୍ଲା ଆଦର୍ଶ ବିଦ୍ୟାଳୟରେ କେବଳ ୬ଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିବା ଜଣାପଡିଛି ।ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ୧୨୫ ଜଣ ଛାତ୍ର ରହିଥିବା ବେଳେ ଆଜିର ପ୍ରବେଶିକା ପରୀକ୍ଷାରେ ୧୧୮ ଜଣ ଉପସ୍ଥିତ ରହି ପରୀକ୍ଷା ଦେଉଥିବା ସୂଚନା ମିଳିଛି । ସେହିଭଳି ୯ମ ଶ୍ରେଣୀରେ ପ୍ରବେଶ ପାଇଁ ୪୪ ଜଣ ଛାତ୍ରଛାତ୍ରୀ ତାଲିକାଭୁକ୍ତ ରହିଥିବା ବେଳେ ୪୧ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଉଥିବା ସୂଚନା ମିଳିଛି । ନର୍ଲା ହାଇସ୍କୁଲରେ ୬ଷ୍ଠ ଓ ୯ମ ଶ୍ରେଣୀର ସର୍ବମୋଟ ୧୬୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାରେ ୨୫୦ ଜଣ ପରୀକ୍ଷାର୍ଥୀଙ୍କ ନାମ ତାଲିକା ରହିଥିବା ବେଳେ ୨୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଉଥିବା ସୂଚନା ମିଳିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ୬ଷ୍ଠ ଶ୍ରେଣୀରେ ରହିଥିବା ୮୦ ଗୋଟି ସିଟ ପାଇଁ ୩୫୫ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡିଛି । ଆଜି (ଶୁକ୍ରବାର) ଦୁଇ କେନ୍ଦ୍ରରେ ୩୯୬ ଜଣ ଛାତ୍ରଚାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ୬ଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ୧୦ ରୁ ୧୨ ଦୁଇ ଘଣ୍ଟା ହୋଇଥିବା ବେଳେ ୯ମ ଶ୍ରେଣୀ ପରୀକ୍ଷା ୧୦ ରୁ ୧ ତିନି ଘଣ୍ଟା ଧରି ହୋଇଥିଲା । ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ ନର୍ଲା ସେଣ୍ଟର ସୁପରିଟେଣ୍ଡେଣ୍ଟ ରହି ପରୀକ୍ଷା ପରିଚାଳନା କରୁଥିବା ବେଳେ ନର୍ଲା ହାଇସ୍କୁଲର ୧୬ ଜଣ ଷ୍ଟାଫ୍ ନିରୀକ୍ଷକ ରହି ଦାଇତ୍ୱ ତୁଲାଇଥିଲେ । ସେହିଭଳି ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ପ୍ରିନ୍ସପାଲ ଜୟନ୍ତ ଖମାରୀ ସେଣ୍ଟର ସୁପରିଟେଣ୍ଡେଣ୍ଟ ରହି ପରୀକ୍ଷା ପରିଚାଳନା କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ୧୭ ଜଣ ଷ୍ଟାଫ୍ ନିରୀକ୍ଷକ ଭାବରେ ଦାଇତ୍ୱ ତୁଲାଇଥିଲେ । ଗତ ଦୁଇବର୍ଷ ଧରି କୋଭିଡ ଯୋଗୁଁ ଠିକ୍ ଭାବରେ ଛାତ୍ରଛାତ୍ରୀ ମାନେ ପାଠ ପଢି ପାରିନଥିବା ବେଳେ ବିଦ୍ୟାଳୟ ଗୁଡିକ ଖୋଲିବା ସାଙ୍ଗେ ସାଙ୍ଗେ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଚାଲେଞ୍ଜ ହୋଇଛି ।