କଳାହାଣ୍ଡି ବାର୍ ଆସୋସିଏସନ୍ ବୈଠକ

ବାର୍ ଆସୋସିଏସନ୍ ୨୦୨୨-୨୩ ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ନାଏକଙ୍କୁ ଦାଇତ୍ୱ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ବାର୍ ଆସୋସିଏସନ୍ ୨୦୨୨-୨୩ ର ନିର୍ବାଚନକୁ ପରିଚାଳନା କରିବା ପାଇଁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ନାଏକଙ୍କୁ ମନୋନୀତ କରାଯାଇଛି । ଆଜି କଳାହାଣ୍ଡି ଓକିଲ ସଂଘର ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀ ନାଏକଙ୍କୁ ନିର୍ବାଚନ ଅଧିକାରୀ ଭାବରେ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଆଜିର ବୈଠକରେ ସଂଘର ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ଼, ନାରାୟଣ ପଟ୍ଟନାୟକ, ଅନୁପ ଜେନା, ଶ୍ରବଣ ଅଗ୍ରୱାଲ, ମାନସ ରଂଜନ ମହାନ୍ତି, ଲୋକନାଥ ନାୟକ, ସୁବ୍ରତ, ସୁଶାନ୍ତ କୁମାର ସାହୁ, ଅନୱାର ଭାରତୀ, ଭବାନୀ ମିଶ୍ର, କ୍ଷୀରୋଦ ନେଗୀ, ରସିକ ମୋହନ ଦାସ, ମନୋଜ କୁମାର ତାଣ୍ଡି, ପ୍ରଶାନ୍ତ ବାରିକ, ସୁବ୍ରତ ବହିଦାର ଓ ଅନ୍ୟାନ୍ୟ ଆଇନଜୀବୀ ଗଣ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.