ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଓଏଲ୍‌ଏମ୍ ପ୍ରକଳ୍ପ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପର କିଛି କାର୍ଯ୍ୟକ୍ରମ ସଂଯୋଜକ ବିହାରୀ ରାଉତଙ୍କ ନେତୃତ୍ୱରେ ଆସି ପରିଦର୍ଶନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଅଞ୍ଚଳରୁ ପ୍ରାୟ ବାଇଶି ଜଣ ମହିଳା ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଣ୍ଟାରେ ଓଡ଼ିଶା ଜୀବିକା ମିଶନର ସଫଳ ପ୍ରକଳ୍ପ ସବୁ ପରିଦର୍ଶନ କରିବା ସହିତ ଉଭୟ ପକ୍ଷର ମାଁ ମାନେ ନିଜ ନିଜ ମଧ୍ୟରେ ସଫଳତାର ସୂତ୍ର ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବିପିଏମ୍ ଦୀପ୍ତି କିଶୋର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳାନରେ ସହଯୋଗ କରିଥିଲେ । ନିଜ ନିଜ ଭିତରେ ଭାବ ବିନିମୟ ତଥା ପ୍ରକଳ୍ପ ଜରିଆରେ କିଭଳି ମାଁ ମାନେ ରୋଜଗାରକ୍ଷମ ହେଇପାରୁଛନ୍ତି ସେ ଦିଗରେ ଅନେକ କିଛି ଜାଣିବା ଏବଂ ନିଜ ଅଞ୍ଚଳରେ ପ୍ରୟୋଗ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଯୋଜକ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.