ପୁଣି ବାଜେ ଶଙ୍ଖ ପୁଣି ଜଳେ ଦୀପ,
ମନ୍ତ୍ରର ଗୁଞ୍ଜନେ ଭରେ ପ୍ରହର,
ବ୍ୟସ୍ତ ଜୀବନର ଅଣନିଶ୍ଵାସରେ,
ଟିକେ ଶାନ୍ତି ଖୋଜେ କ୍ଳାନ୍ତ ସହର ।
ପରିଚୟ ଏଠି ମଣିଷର ଖାଲି,
ଅସହାୟ ଏକ ପ୍ରାଣୀ ରୂପରେ,
ଅସ୍ଵାଦ ଯେତିକି ଅନୁଭୂତି ତାର,
ଭୁଲିବାକୁ ଚାହେଁ ଗନ୍ଧେ ଧୂପର ।
ପ୍ରତି ସନ୍ଧ୍ୟା କାଳେ ପରିଣାମ ଦିଏ,
ଦୈନନ୍ଦିନର ଜୀବନ ପରୀକ୍ଷା ।
କିଛି ଅନୁତାପ କିଛି ପଶ୍ଚାତାପ,
ଅନ୍ତରାତ୍ମାର ନିଜର ସମୀକ୍ଷା ।
ରୌଦ୍ରରେ ତାହାର ଭସ୍ମ କରେ ପାପ,
ମନ୍ଦିରେ ଜଳେ ଆଳତୀର ଶିଖା ।
✍🏾ରଞ୍ଜିତ କୁମାର ସାହୁ
ଯୁକ୍ତରାଷ୍ଟ୍ର ଆମେରିକା