ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ରଞ୍ଜନ କୁମାର ମହାନ୍ତି, ହୃଦୟ ରଞ୍ଜନ ପରିଡାଙ୍କର ଉପସ୍ଥାପନାରେ ବିଶ୍ବ କବିତା ଦିବସ ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ପ୍ରଣତି ମହାପାତ୍ର ଆଭାସୀ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ ଜଣାଇବା ସହ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ବଡ଼ଭାଇ ବିଶ୍ବେଶ୍ବର ମାଝୀ କବିତାରେ ଯମକ, ଅଳଙ୍କାର, ଛନ୍ଦ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକ ପରିବାରର ମୁଖପତ୍ର ଶିଖାର ତୃତୀୟ ସଂସ୍କରଣ, ଯାହା ବାଲେଶ୍ଵର ଜିଲ୍ଲାର କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଲୋକାର୍ପିତ ହୋଇଥିଲା ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଶିଖା ସଭିଙ୍କର ଆପଣାର ହେଉ ବୋଲି କହିଥିଲେ ।ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ରାଜ୍ୟ ବାହାରୁ ଅନେକ ସ୍ରଷ୍ଟା ଉଚ୍ଚକୋଟୀର କବିତା ଆବୃତ୍ତି କରିଥିଲେ ।ସେମାନଙ୍କ ମଧ୍ୟରେ ସ୍ନେହ ମିଶ୍ର, ନିର୍ମଳ ନାୟକ, ଚନ୍ଦ୍ରା ମିଶ୍ର, ହୃଦୟ ରଞ୍ଜନ ପରିଡା, ଡ଼ଃ ପ୍ରିୟମ୍ବଦା ସାମଲ, ଅରୁଣ କୁମାର ମହାପାତ୍ର, ଦେବାଶିଷ ରାଉତ, ପ୍ରଣତି ମହାପାତ୍ର, ବିଶ୍ଵେଶ୍ଵର ମାଝୀ, ଦେବେନ୍ଦ୍ର କୁମାର ନାଏକ, ପୂଜାରାଣୀ ନାୟକ, ତୃପ୍ତିରଞ୍ଜନ ରାଉତ, ରୀତା ଅପରାଜିତା ମହାନ୍ତି, ଜିତେନ୍ଦ୍ର ଗିରି, ପ୍ରତିମା ଶତପଥୀ, ପ୍ରଶାନ୍ତ କୁମାର ହୋତା, ତପନ କୁମାର ବିଶ୍ବାଳ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ପ୍ରଭାତୀରାନୀ ମହାନ୍ତି, ବିପିନ ବିହାରୀ ବାରିକ, ଗୀତାଞ୍ଜଳି ପୃଷ୍ଟି ଇତ୍ୟାଦି ସ୍ରଷ୍ଟା ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । ସାମ୍ପ୍ରତିକ ସମୟରେ ଯୁବପ୍ରତିଭାଙ୍କର ସୃଷ୍ଟି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ ବୋଲି ମୁମ୍ବାଇର ସ୍ନେହ ମିଶ୍ର ମତ ଦେଇଥିଲେ । ଶେଷରେ ସଂଯୋଜିକା ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।