କେସିଙ୍ଗାରେ ୨୪ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଗୈାନ୍ତିଆ ପଡା ଯୁବ ଜ୍ୟୋତି କ୍ଲବ ଆନୁକୁଲ୍ୟରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ଆଜି ସକାଳେ ନାମ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ଦିନ ପୂର୍ଣ୍ଣାହୁତି ହେବ । ନାମ ଯଜ୍ଞ ଆରମ୍ଭ ପୂର୍ବରୁ ଗତକାଲି ଅଧିବାସ କାର୍ଯ୍ୟକ୍ରମ ଅବସରରେ ତେଲ ନଦୀରୁ ପାଣି ଉଠାଇ ଏକ ବିରାଟ ଶୋଭାଯାତ୍ରାରେ ୨ଶହ ଗୋଟି କଳସ ଯଜ୍ଞସ୍ଥଳକୁ ଅଣାଯାଇଥିଲା । ଏହି ନାମ ଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମହିଳା ଓ ପୁରୁଷ ସଙ୍କୀର୍ତ୍ତନ ଦଳ ଯୋଗଦାନ କରିଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.