ନର୍ଲାରେ ୨୪ ପ୍ରହର ନାମଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ସୋମବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଯାଇଛି । ଆଜି ସକାଳ ୭.୧୫ ସମୟରେ ନର୍ଲା ବଳଭଦ୍ରେଶ୍ୱର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଅଭୟ କୁମାର ଚାନ୍ଦଙ୍କ ନେତୃତ୍ୱରେ ଉପସଭାପତି ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ କିଶୋର ମାଝୀ, ସରୋଜ ଚାନ୍ଦ୍, ସୁନୀଲ ଚାନ୍ଦ୍, ଯୁଧିଷ୍ଠିର ପୂଝାରୀ ତଥା କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ନର୍ଲା ଗ୍ରାମବାସୀଙ୍କ ଉପସ୍ଥିତିରେ ବ୍ରହ୍ମା ପୂଜକ ପଣ୍ଡିତ ସୁନାସୀର ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରି ନାମଯଜ୍ଞ କର୍ତ୍ତା ପରମା ଭଞ୍ଜ, ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଭଞ୍ଜଙ୍କ କର କମଳରେ ଶୁଭସ୍ତମ୍ବ ସ୍ଥାପନା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ଦୁର୍ଗା ମଣ୍ଡପ ପରିସର ତଥା ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ସମ୍ମୁଖରେ ୨୪ ପ୍ରହର ନାମଯଜ୍ଞ ନିମନ୍ତେ ଏହି ଶୁଭସ୍ତମ୍ବ ସ୍ଥାପନ କରାଯାଇଛି । ଆସନ୍ତା ଅପ୍ରେଲ ୧୬ରେ କଳସ ଯାତ୍ରା, ଅଧିବାସ ଓ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଅପ୍ରେଲ ୧୭, ୧୮ ଓ ୧୯ ତିନି ଦିନ ଧରି ଅଖଣ୍ଡ ନାମଯଜ୍ଞ ସଂକୀର୍ତ୍ତନ ଚାଲିବ । ଅପ୍ରେଲ ୨୦ ସକାଳ ସମୟରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ବୋଲି ନାମଯଜ୍ଞ ପରିଚାଳନା କମିଟିର ସାଧାରଣ ସମ୍ପାଦକ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏଥିରେ ନାମଯଜ୍ଞ ସଂକୀର୍ତ୍ତନ ସାଙ୍ଗକୁ ସାମୁହିକ ପ୍ରସାଦ ସେବନ (ଅନ୍ନ ଛତ୍ର) ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Udyog Nursery
Udyogi Nursery

ନାମଯଜ୍ଞ ନିମନ୍ତେ ନର୍ଲା ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହ କଳାହାଣ୍ଡି ଜିଲ୍ଲା ଓ ପଡୋଶୀ ବଲାଙ୍ଗୀର, ବରଗଡ ପ୍ରଭୃତି ଜିଲ୍ଲାରୁ ୯ ଗୋଟି ଏଭଳି ସମୁଦାୟ ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ନର୍ଲାର ଏହି ବହୁ ପ୍ରସିଦ୍ଧ ନାମଯଜ୍ଞ ସଂକୀର୍ତ୍ତନ ବନ୍ଦ ରହିଥିଲା । ଚଳିତ ବର୍ଷ ନର୍ଲାରେ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.