ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର:  ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଅନୁକୂଳ୍ଯରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ ସଭାରେ ମୂଖ୍ଯ ଅତିଥି ଭାବେ ଯୁରାବନ୍ଧ ସରପଞ୍ଚ ଯଶୋବନ୍ତୀ ସଗ୍ରିଆ ମୂଖ୍ଯ ଅତିଥି, ରଶିକ ପୋଡ ଓ୍ବାଡ ମେମ୍ବର, ପ୍ରେମଶିଳା ବାଗ ଓ୍ବାଡ ମେମ୍ବର, ମିନତି ମିର୍ଦ୍ଧା ଓ୍ବାଡ ମେମ୍ବର, ବୈଷ୍ଣବ ବାଗ, ମଦନ ମିର୍ଦ୍ଧା ସମାଜସେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ରାଜ ଦ୍ବାରା ଲୋକମାନେ କିପରି ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନା ସବୁ ପାଇପାରୁଛନ୍ତି ଓ ଯେଉଁ ଲୋକ ମାନେ ପାଇବାରୁ ବଞ୍ଚିତ ହେଉଛନ୍ତି ସେମାନେ କିପରି ସେବା ପାଇବେ ସେ ବିଷୟରେ ଆଲୋକପାତ କରିଥିଲେ । କପିଳେଶ୍ଵର ଯୁବକ ସଂଘ ଦ୍ବାରା ସମସ୍ତ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲାବେଳେ ସାସ୍କୃତିକ ସଂପାଦକ ନିରଞ୍ଜନ ସଗ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସମ୍ପାଦକ ଲିଙ୍ଗରାଜ ପୋଡ, ଚନ୍ଦ୍ରହାସ ପୋଡ, ନିର୍ମାଲ୍ଯ ବାଗ, ଡିଲେଶ୍ବର ପୋଢ, ମହେଶ୍ବର ଛତ୍ରିଆ, ରାହୁଲ ପୋଡ, ମୁନୀନ୍ଦ୍ର ବାଗ, ରୁଦ୍ରାକ୍ଷ ବାଗ, ଳୟରାମ ଛତ୍ରିଆ, ଲୋକେଶ୍ୱର ବଛା, ଗୁଣ ଛତ୍ରିଆ, ବିନୋଦ ପୋଡ, ତେଲୁରାମ ପୋଡ, ସେନପତି ପୋଢ, ଯୋଗିନ ଛତ୍ରିଆ ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.