ଟ୍ରାକ୍ଟର ସହିତ କଞ୍ଚା ଶାଳ ଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗ ବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟର କୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ଜବତ ହୋଇଥିବା ଶାଳ କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ହଜାର ରୁ ଉର୍ଧ୍ୟ ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି । ୨ଜଣ ଗିରଫ ଅଭିଯୁକ୍ତ ପାଙ୍ଗା ଲି ଗ୍ରାମର ସାମସନ ପ୍ରଧାନ ଓ ନରେନ୍ଦ୍ର ପ୍ରଧାନ ଉହାମାହା ଜଙ୍ଗଲରୁ ବିରାଗାଡ଼ା ଗ୍ରାମକୁ ଟ୍ରାକ୍ଟର ରେ କାଠ ଚାଲାଣ ବେଳେ ଧରିଲା ବନ ବିଭାଗ ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରଶ୍ନ ପାତ୍ରଙ୍କ ସମେତ ଫାୟାର ସ୍କ୍ୱାର୍ଡ ଜବତ କରିବାରେ ସାମିଲ ଥିଲେ । ଜବତ ହୋଇଥିବା ଟ୍ରାକ୍ଟର ନଂ. ଓଡି-୧୨-୧୨୨୮ ଏନେଇ ବନ ବିଭାଗର କେଶ ନମ୍ବର ୨-୨୨/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.