ତ୍ରିନାଥ ପଟ୍ଟନାୟକଙ୍କୁ ବ୍ଲାକ କେଟ୍ ନ୍ୟୁଜ୍ ତରଫରୁ ଶ୍ରେଷ୍ଠ ପାଠକ ସମ୍ମାନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବିଶ୍ୱ ପୁସ୍ତକ ଦିବସ ଅବସରରେ କୋରାପୁଟର ଅଧ୍ୟାପକ ତଥା ସାମ୍ବାଦିକ ତ୍ରିନାଥ ପଟ୍ଟନାୟକଙ୍କୁ ବ୍ଲାକ କେଟ୍ ନ୍ୟୁଜ୍ ତରଫରୁ ଶ୍ରେଷ୍ଠ ପାଠକ ସମ୍ମାନ- ୨୦୨୨ ପ୍ରଦାନ କରାଯାଇଅଛି । ପାଠକ ତ୍ରିନାଥ ପଟ୍ଟନାୟକଙ୍କୁ ବ୍ଲାକ୍ କେଟ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ପଞ୍ଜିକୃତ ଭାରତୀୟ ଗଣମାଧ୍ୟମ ସଂଗଠନ/ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଖିଟି ଦୁନିଆ ଆଇ.ଟି ଏବଂ ମିଡିଆ ଅନୁସନ୍ଧାନ ବିଶ୍ଳେଷଣ ୱିଙ୍ଗ୍ ପ୍ରାଇଭେଟ ଲିମିଟେଡ୍ ଯାହାର ରେଜିଷ୍ଟ୍ରି.ଭୁକ୍ତ No- U72900OR 2020PTC033990,OD030000873 ସାର୍ଟିଫିକେଟ ନମ୍ବର ଏକ ଶ୍ରେଷ୍ଠ ପାଠକ ସମ୍ମାନରେ ସମ୍ମାନିତ କରାଯାଇଅଛି । ଏତତ୍ ବ୍ୟତୀତ ତ୍ରିନାଥ ଭୁବନେଶ୍ୱର ସ୍ଥିତ ଓଡିଶାରେ ନ୍ୟୁଜ୍ ଚ୍ୟାନେଲ୍ ରେ ଜଣେ ସ୍ୱୀକୃତିପ୍ରାପ୍ତ ପାଠକ ଭାବେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ୱ ଅଟନ୍ତି । ଏହି ଅବସରରେ କୋରାପୁଟ ସ୍ଥିତ ଅମ୍ବିକା ହେଭେନସ୍ ପରିସର ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦାଶରଥି ମାଳି ଯୋଗ ଦେଇ ଅଧ୍ୟାପକ ସାମ୍ବାଦିକ ତଥା ପାଠକ ତ୍ରିନାଥ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପାଠକ ସମ୍ମାନ- ୨୦୨୨ ରେ ସମ୍ମାନିତ କରିଅଛନ୍ତି । ବାସ୍ତବିକ ସାମ୍ବାଦିକତା ହେଉଛି ଭିନ୍ନ ଏକ ବୃତ୍ତି, ଯେତେ‌ବେଳେ ଅନ୍ୟ ସମସ୍ତେ ଶୋଇ ଯାଆନ୍ତି, ‌ସେତେବେଳେ ସାମ୍ବାଦିକଙ୍କୁ ଚେଇଁ ରହିବାକୁ ହୁଏ । ସମ୍ବାଦପତ୍ର ପାଇଁ ପାଠକ ହେଉଛନ୍ତି ଭଗବାନ ସଦୃଶ । ପାଠକୀୟ ଶ୍ରଦ୍ଧା, ସ୍ବୀକୃତି ସମ୍ବାଦପତ୍ରର ଶ୍ରେଷ୍ଠ ପୁଞ୍ଜି । ଗ୍ରାହକ ଓ ପାଠକମାନେ ମଧ୍ୟ ସମ୍ବାଦପତ୍ରର ସମସ୍ୟାକୁ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ସଭାପତି ଶ୍ରୀ ମାଳି ମତ ରଖିବା ସହ ପାଠକ ତ୍ରିନାଥଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.