ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁରର ତରୁଣ ପ୍ରଜ୍ଞା ଭାରତୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ଶଙ୍ଖ ଓ ହୁଳହୁଳି ଆଭାଷୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ହୁଳହୁଳି ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗର ଜୟପୁରର ଛାତ୍ରୀ ଶୁଭଶ୍ରୀ ପାଢ଼ୀ, ଫକୀର ବାରିକ ଉଚ୍ଚ ବିଦ୍ୟାଳୟ ସାଗର, କଟକର ଛାତ୍ରୀ ଏଲିନା ପ୍ରିୟଦର୍ଶିନୀ ସାହୁଏବଂ ଉରାଳି ନୋଡାଲ ଉଚ୍ଚ ବିଦ୍ୟାଳୟ, କଟକର ଛାତ୍ରୀ ପୁନମ ବେହେରା କୃତକାର୍ଯ୍ୟ ହୋଇଥିବା ବେଳେ ଶଙ୍ଖରେ ଉରାଳି ନୋଡାଲ ଉଚ୍ଚ ବିଦ୍ୟାଳୟ, କଟକର ଛାତ୍ର ଶୁଭମ ବେହେରା, ଓଡିଶା ଆଦର୍ଶ ବିଦ୍ୟାଳୟ କୋରାପୁଟର ଛାତ୍ରୀ ଅଂଶୁବାଳା ପାଢ଼ୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗରର ଛାତ୍ର ହିମାଂଶୁ ସାହୁ କୃତକାର୍ଯ୍ୟ ହୋଇଛନ୍ତି।ବିଚାରକ ଭାବେ ପତଞ୍ଜଳି ଯୋଗ ସମିତିର ମହିଳା ସହ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଜାନକୀ ପାଣିଗ୍ରାହୀ, ସମାଜସେବୀ କବିତା ସାହୁ ଓ ସୁନିତା ମିଶ୍ର ଯୋଗଦାନ କରିଥିଲେ। ଅନୁଷ୍ଠାନର ସଭାପତି ଡ. ଗଙ୍ଗାଧର ନନ୍ଦ, ସମ୍ପାଦକ ଯଜ୍ଞେଶ୍ବର ପଣ୍ଡା, ସହ ସମ୍ପାଦକ ମନୋରଞ୍ଜନ ପଣ୍ଡା, ସଭ୍ୟ ରବିନ୍ଦ୍ର ମହାରଣା, ରାମ ଶଙ୍କର ଷଡଙ୍ଗୀ, ଦୀପ୍ତି ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସଭାପତି ଡ. ନନ୍ଦ ଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.