ନବନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ବୃନ୍ଦାବନ କଲ୍ୟାଣ ମଣ୍ଡପ ଠାରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କେସିଙ୍ଗା ଏନଏସି ର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ଓ ଉପାଧ୍ୟକ୍ଷା ସରସ୍ଵତୀ ସାହା, କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଏବଂ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ବିଶିଷ୍ଟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଧୀରେନ୍ଦ୍ର ପଟ୍ଟନାୟକ, ରାମପୁର ବ୍ଲକର ସଭାପତି ଅଜିତ ନାୟକ, ଜିଲ୍ଲା ସହ ସମ୍ପାଦକ ବିରେନ୍ଦ୍ର ବାଗ ଓ ଜିଲ୍ଲା ଉପ ସଭାପତି ସୁବାସ ଚନ୍ଦ୍ର ପୁରୋହିତ ଉପସ୍ଥିତ ରହି ବ୍ଲକ ଓ ଏନ୍ଏସି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଜିଲ୍ଲା ସମ୍ପାଦକ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟର କେତେକ ଅସୁବିଧା ସଂପର୍କରେ ଏନ୍ଏସି ଓ ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷାମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକ ସମ୍ପାଦକ କୁଶ ଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପାଠ କରି ଥିବାବେଳେ ବିଜୟଲକ୍ଷ୍ମୀ ପଟ୍ଟନାୟକ, ମମତା ପଟ୍ଟନାୟକ, ଶୁଭସ୍ମିତା ଦାସ, ସ୍ନେହ ପାଢ଼ୀ, ସୋଭଲିନ ଦାସ, ପୁଷ୍ପା ମହାରଣା, ସୁରେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାୟକ, ଖିରାବ୍ଧି ମେହେର, ସଞ୍ଜୀବ ଭୋଇ, ଚୂଡାମଣି ମହଲା, ଭିକାରୀ ଗୌଡିଆ, ମନୋଜ ପ୍ରଧାନ, ପଞ୍ଚୁନାଥ ପଟେଲ, କୈଳାଶ ବିଶି, ବିକ୍ରମ ଦେବ ସାହୁ ଓ ଚନ୍ଦ୍ରଧ୍ଵଜ ନାଗ, ପ୍ରଭାତ ମହଲା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.