ଜୁଲାଇ ୩ରେ ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ଥାନୀୟ ବରମୁଣ୍ଡା ସ୍ଥିତ କାଳୀ ମନ୍ଦିର ପରିସରରେ ‘ଜ୍ଞାନ ପ୍ରକାଶ’ର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ବାଇଁଙ୍କର ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ, ରାଜନୀତିଜ୍ଞ ପ୍ରସନ୍ନ ପାଟ୍ଟଶାହାଣୀ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ଜ୍ଞାନ ପ୍ରକାଶ ପରିବାର ତରଫରୁ ଆସନ୍ତା ଜୁଲାଇ ୩ତାରିଖରେ ବୌଦ୍ଧ ଜିଲ୍ଲା ସଦର ଟାଉନ ହଲରେ ହେବାକୁ ଥିବା ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜାତୀୟ ତଥା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନୀ ଜାତୀୟ ଏକତା ବିଷୟବସ୍ତୁକୁ ନେଇ ଆସନ୍ତା ଜୁନ ୨୬ ତାରିଖରେ ଭାରତର ପ୍ରତ୍ୟେକ ରାଜ୍ୟ ଓ ଓଡିଶାର ୩୦ଟି ଜିଲ୍ଲାରେ ୬୦ ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହାର ଆଭିମୁଖ୍ୟ ଜାତୀୟ ଏକତାକୁ ସୃଦୃଢ଼ କରିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନ ଶୀଳତାକୁ ବିକାଶ କରି ଲୋକଲୋଚନରେ ପହଞ୍ଚାଇବା । ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସବରେ ସର୍ବ ଭରତୀୟ ସ୍ତରୀୟ ସମ୍ମିଳନୀରେ କବି, ଲେଖକ, ଶିକ୍ଷାବିତ, ବୁଦ୍ଧିଜୀବୀ ଗବେଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେବେ ।ତେଣୁ ଆଗାମୀ କାର୍ଯ୍ୟକ୍ରମର ସଫଳତା ପାଇଁ ଉକ୍ତ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜ୍ଞାନ ପ୍ରକାଶର ରାଜ୍ୟ ମୁଖ୍ୟ ଅମ୍ବିକାସ୍ବାଇଁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ପରିବାରର ସଦସ୍ୟ ଡ଼ଃ ହିମାଦ୍ରୀ ତନୟା ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ପୂର୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଏବଂ ସମ୍ପାଦକ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ସମବେତ ଆହ୍ୱାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.