କରଡ଼ା ଘାଟିରେ ଡକାୟତି ମାମଲା : ଦୋଷୀ ସାବ୍ୟସ୍ତ ୫  ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ଡକାୟତି ମାମଲାର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀ ମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ସନ୍ଧ୍ୟା ୬ ଘଣ୍ଟ ସମୟରେ ଭାରତ ଫାଇନାନ୍ସର ଋଣ ଆଦାୟ କାରୀ କର୍ମଚାରୀ ମାନେ ରାଇକିଆ ଥାନା ଅଞ୍ଚଳରୁ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରି ଫେରୁଥିବା ବେଳେ ରାଇକିଆ ନିକଟସ୍ଥ କରଡ଼ା ଘାଟିରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଛପି ରହିଥିବା ସେହି ଅଞ୍ଚଳର ୫ ଜଣ ବ୍ୟକ୍ତି ସୋନି ନାୟକ, ବିଜୟ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଅଧିର ଦଳବେହେରା ଓ ସଞ୍ଜୟ ନାୟକ ଅତର୍କିତ ଭାବେ ଚଢ଼ାଉ କରି ମାରଣାସ୍ତ୍ର ଦେଖାଇ ଆଦାୟ କରିଥିବା ପ୍ରାୟ ୬ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟ କରିଥିବା ନେଇ ରାଇକିଆ ଥାନାରେ ଫାଇନାନ୍ସ କର୍ମଚାରୀ ମାନେ ଏତଲା ଦାଏର କରିଥିଲେ । ଏତଲାକୁ ଭିତ୍ତିକରି କେଶ ନଂ. ୦୬/୧୯ ପ୍ରକାରେ ମକଦ୍ଦମା ୠଜୁକରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାର ମଙ୍ଗଳବାର ଶୁଣାଣୀ କରି ଉକ୍ତ ୫ ଜଣ ଡକାୟତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏହି ମାମଲାକୁ ବାଲିଗୁଡାର ସରକାରୀ ଓକିଲ ସୁଧାଂଶୁ ମୋହନ ପତି ପରିଚାଳନା କରୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.