ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ ହେଲେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସମେତ ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ପୌର ପରିଷଦ ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିଜର ପ୍ରତିନିଧି ଘୋଷଣା କରିଛନ୍ତି । ଏହି କ୍ରମରେ ନର୍ଲାର ଜନପ୍ରିୟ ବିଜେପି ଯୁବ ନେତା, ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି, ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ନର୍ଲା ବ୍ଲକ ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପ୍ରତିନିଧି ଭାବରେ ନିଯୁକ୍ତି ପାଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସେ ନିଷ୍ଠାପର ଭାବରେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ତ ଗତ୨୦୧୭ ପଞ୍ଚାୟତିରାଜ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ପାଇ ନର୍ଲା ଯୋନ ୩ ର ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇଥିଲେ । ମୂଳରୁ ହିଁ ଜନସେବାରେ ବ୍ରତୀ ରହିଥିବା ପ୍ରଦୀପ କୁମାର ନାଏକଙ୍କୁ ବିଳମ୍ବରେ ହେଲେ ମଧ୍ୟ ନର୍ଲା ବ୍ଲକ ପାଇଁ ସାଂସଦ ପ୍ରତିନିଧି ଭାବରେ ମନୋନୀତ କରାଯାଇଥିବାରୁ ଅଞ୍ଚଳର ଜନସାଧାରଣ ଅନେକ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି । ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଓ କଳାହାଣ୍ଡିର ଲୋକପ୍ରିୟ ସାଂସଦ ବସନ୍ତ ପଣ୍ଡାଙ୍କ ସହ ଯୋଡି ହୋଇ ଜନସେବା ପାଇଁ ପୁଣିଥରେ ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ । ସେହିପରି ଭାବେ ବରିଷ୍ଠ ବିଜେପି ନେତା ସୁଧୀର ପଟ୍ଟଯୋଶୀ ସାଂସଦଙ୍କ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋନୀତ ହୋଇଛନ୍ତି । ଧର୍ମଗଡ ବ୍ଲକ ପାଇଁ ହିମାଂଶୁ ଶେଖର ପଣ୍ଡା, କୋକସରା ବ୍ଲକ ପାଇଁ ସୁଧୀର ପାତ୍ର, କଲମପୁର ବ୍ଲକ ପାଇଁ ହୃଷିକେଶ ବେହେରା, ଜୟପାଟଣା ବ୍ଲକ ପାଇଁ ବିଜୟ ଦିଶାରୀ, ଗୋଲାମୁଣ୍ଡା ବ୍ଲକ ପାଇଁ ଭାଗ୍ୟବାନ ବାଗ, ଜୁନାଗଡ ବ୍ଲକ ପାଇଁ ଚନ୍ଦ୍ରହାସ୍ୟ ବିଶ୍ବାଲ, ଭବାନୀପାଟଣା ବ୍ଲକ ପାଇଁ ଇନ୍ଦୁ ଭୂଷଣ ସାହୁ, ନର୍ଲା ବ୍ଲକ ପାଇଁ ପ୍ରଦୀପ କୁମାର ନାଏକ, କେସିଙ୍ଗା ବ୍ଲକ ପାଇଁ ଶଶାଙ୍କ ମହଲା, କର୍ଲାମୁଣ୍ଡା ବ୍ଲକ ପାଇଁ ରାଜେନ୍ଦ୍ର କୁମାର ମିଶ୍ର, ମଦନପୁର ରାମପୁର ବ୍ଲକ ପାଇଁ ଖୁସିରାମ ସାହୁ, ଲାଞ୍ଜିଗଡ଼ ବ୍ଲକ ପାଇଁ ଲକ୍ଷ୍ମୀଧର ସନ୍ତୋଷରାୟ, ଥୁଆମୂଲ ରାମପୁର ବ୍ଲକ ପାଇଁ ବିଷ୍ଣୁ ନାଏକ, ଭବାନୀପାଟଣା ପୈ।ରପାଳିକା ପାଇଁ ଚିନ୍ମୟ ବେହେରା, କେସିଙ୍ଗା ଏନଏସି ପାଇଁ ଗୋବିନ୍ଦ ବନଛୋର, ଜୁନାଗଡ ଏନ୍ଏସି ପାଇଁ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ଧର୍ମଗଡ ଏନ୍ଏସି ପାଇଁ ହେମନ୍ତ କୁମାର ମାଝୀ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ଏହି ପ୍ରତିନିଧିମାନେ କଳାହାଣ୍ଡି ଲୋକସଭା ସାଂସଦଙ୍କ ଅନୁପସ୍ଥିତିରେ ନିଜ ଅଞ୍ଚଳରେ ସାଂସଦଙ୍କ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡିଛି । ପ୍ରଦୀପ ନାଏକ ସାଂସଦଙ୍କ ନର୍ଲା ବ୍ଲକ ପ୍ରତିନିଧି ଭାବେ ମନୋନୀତ ହେବାପରେ ତାଙ୍କ ପାଖକୁ ଦଳ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

(ଫଟୋ: କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ବ୍ଲକ ପ୍ରତିନିଧି ପ୍ରଦୀପ କୁମାର ନାଏକ)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.