ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।