ଡଙ୍ଗରିପଡା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରିସଗାଁ ପଞ୍ଚାୟତ ଡଙ୍ଗରିପଡା ସ୍କୁଲରେ ଭବାନୀପାଟଣା ୱାରିଅର ଓ ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ମିଳିତ ଉଦ୍ୟମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇଟି ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ ମୂଖ୍ୟ ଅତିଥି ଭାବରେ ରିସିଗାଁ ସରପଞ୍ଚ ବିନୋଦିନୀ ବେହେରା ଯୋଗ ଦେଇ ବୃକ୍ଷର ମହତ୍ୱ ଓ ଗଛ କାହିଁକି ରୋପଣ କରିବା ସେହି ବିଷୟରେ ସମସ୍ତଙ୍କୁ ବୁଝେଇ ବୃକ୍ଷ ରୋପଣ କରିଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନା କୁମାରୀ ସାହୁ, ସହ ଶିକ୍ଷୟତ୍ରୀ ଶୈଳବାଲିନି ପଟ୍ଟନାୟକ, ବିରୋଜିନୀ ହର ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଦୁଇଟି ସଂଗଠନର ସ୍ବେଛାସେବୀମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ନେହେରୁ ଯୁବକେନ୍ଦ୍ରର ସ୍ବେଛାସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ପ୍ରତାପ ସାହୁ, ପ୍ରେମଲାଲ ବାଗ , କିରଣ କୁମାର ବିଶି, କବି ନାଏକ, ରୁଦ୍ର ବେହେରା, ଶୁଭମ ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରି ଗଛକୁ ସୁରକ୍ଷା ଦେବାପାଇଁ ଶପଥ ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.