ବିଜୁ ଯୁବ-ଛାତ୍ର ଓ ମହିଳା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମ ପଞ୍ଚାୟତ ଓ ଗୋବର୍ଦ୍ଧନପୁର ପଞ୍ଚାୟତ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଡିଲେଶ କୁମାର ନାଗ, କଳାହାଣ୍ଡି ଜିଲ୍ଲା ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ତଥା ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଯୁବ ସମାଜସେବୀ ବନମାଳୀ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ବ୍ଳକ ବିଜେଡ଼ି ଉପସଭାପତି ସୌରଭ ପାତ୍ର, ଅଜିତ ପ୍ରଧାନ, କଦମଗୁଡା ସରପଞ୍ଚ ଅନ୍ତୋଷ ମାଝୀ, ସମ୍ପାଦକ ମୁକେଶ ବେହେରା, ୧ନଂ ଜୋନ୍ ସଭାପତି ଚନ୍ଦ୍ର ମହାପାତ୍ର, ସରୋଜ ପ୍ରଧାନ, ଗୋବର୍ଦ୍ଧନ ପୁର ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ରୂପା ମାଝୀ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସମାଜସେବୀ ସୁବନ୍ ଭୋଇ, କୁନା ପରିଡ଼ା, ଅର୍ଜୁନ ନାଏକଙ୍କ ସମେତ ବିଜୁ ଯୁବ- ଛାତ୍ର ଓ ମହିଳା ଜନତା ଦଳର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.