କେଆର ଇଣ୍ଡିଆର ଦକ୍ଷତା ବୃଦ୍ଧି ତାଲିମ ଶିବିର

ମହିଳା ସଶକ୍ତି କରଣ ପାଇଁ ପ୍ରୟାସ ଜାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେଆର ଇଣ୍ଡିଆ ସ୍ୱେଚ୍ଛାସେବୀ ଅନୁଷ୍ଠନ ତରଫରୁ କ୍ଷୁଦ୍ର ଓ ନାମ ମାତ୍ର ମହିଳା ଚାଷୀଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକର ରୁପ୍ରାରୋଡ ସ୍ଥିତ ମାରୱାଡି ଧର୍ମଶାଳାଠାରେ ଆୟୋଜିତ ଉକ୍ତ ତାଲିମ ଶିବିରରେ କେଆର ଇଣ୍ଡିଆର ଏମ୍ଆଇଏସ୍ ଅଧିକାରୀ ସୁଧାକର ବଳବନ୍ତରାୟ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କେଆର ଇଣ୍ଡିଆର ସଙ୍ଗଠନ ଓ ସଂଯୋଜକ ଅଧିକାରୀ ବିକାଶ ସିଂ ଏହି ସଂସ୍ଥାର ଇତିହାସ ଓ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଚାଷୀଙ୍କୁ କିଭଳି ସହାୟତା ପ୍ରଦାନ କରାଯାଉଛି ସେ ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ। କେଆର ଇଣ୍ଡିଆ ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ସରିଆଁ, ଘୋଡାବନ୍ଧ, ନିଶାଣପୁର, ରୁପ୍ରା, ରୁପ୍ରାରୋଡ, ଗିଗିନା, ଭୀମକେଲା ଓ ରାକ୍ସି ଗ୍ରାମ ପଞ୍ଚାୟତ ଅଞ୍ଚଳର ୨୦ ଗୋଟି ଗ୍ରାମର ଚାଷୀ ମାନଙ୍କୁ ଗତବର୍ଷ ମରିଚ, ଭେଣ୍ଡି, କଲରା ପ୍ରଭୃତି ମଞ୍ଜି ଦେଇ ଚାଷ କରାଇଥିବା ବେଳେ ଚଳିତ ବର୍ଷ ମକା, ମାଣ୍ଡିଆ, ଭେଣ୍ଡି, କଲରା, ମରିଚ ପ୍ରଭୃତି ମଞ୍ଜି ମାଗଣାରେ ପ୍ରଦାନ କରିବା ସହିତ କୃଷୀ ଉପକରଣ, ୱିଡର, ଧାନ ମଳିବା ପାଇଁ ହାତ ମେସିନ, ପଙ୍ଖା ପ୍ରଦାନ କରି ଚାଷୀ ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦେଇ ଆର୍ଥିକ ଉନ୍ନତି ଦିଗରେ ପ୍ରୟାସ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୁପ୍ରାରୋଡ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ମିଶନ ଶକ୍ତି ସଂଯୋଜକ ରୋହିତ କୁମାର ବିଶ୍ୱାଳ, କୃଷି ବିଭାଗ ତରଫରୁ ଭାନପୁର ଓ ଗିଗିନା ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ରାକ୍ସି ଗ୍ରାମ୍ୟ କୃଷି କର୍ମଚାରୀ ଚଞ୍ଚଳା ସାହୁ, ନର୍ଲା ଉଦ୍ୟାନ ବିଭାଗ କର୍ମଚାରୀ ଅଜୟ ପାଢି, ଓଡିଶା ଜୀବୀକା ନିର୍ବାହ ମିଶନ ନର୍ଲା ବ୍ଲକ ସଂଯୋଜିକା ପ୍ରଭାସିନୀ ଏକ୍କା ପ୍ରମୁଖ ମଞ୍ଚାସୀନ ରହି ସରକାରୀ ସ୍ତରରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହିତ ବିଶେଷ କରି ସରକାର ମହିଳା ମାନଙ୍କୁ କିଭଳି ପ୍ରୋତ୍ସାହନ ଦେଉଛନ୍ତି ସେ ବିଷୟରେ କହିଥିଲେ। ତାଲିମ ଶିବିରରେ ନର୍ଲା ବ୍ଲକ ଅଧିନସ୍ଥ ୮ ଗୋଟି ଗ୍ରାମ ପଞ୍ଚାୟତରୁ ଆସିଥିବା କ୍ଷୁଦ୍ର ଓ ନାମ ମାତ୍ର ମହିଳା ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ। କେଆର ଇଣ୍ଡିଆର ଭିଏସ୍ଏସ୍ ୧୦ ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.