ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଦୁତୀୟା ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ତତ୍ତ୍ୱବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ, ଧନେଶ୍ୱର ସାହୁ, ସମ୍ମାନିତ ଅତିଥି ଭାଉ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣୀ ସାହୁ, ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ତଥା ହରଗୌରୀ ଯୁବକ ସଂଘ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ବଡ଼ମାଳୀ ଉପସ୍ଥିତ ଥିବାବେଳେ ଯଶୋବନ୍ତ ସାହୁ, ବୁଲୁ ଜାନୀ, କଳାରୁଦ୍ର ଯୁବକ ସଂଘର ସମ୍ପାଦକ ରେଶବ ନାରାୟଣ ସାହୁ, କୋଷାଧକ୍ଷ ଡୁଲାମାଣୀ ସାହୁ, ପରିବେଶ ଦାୟିତ୍ୱରେ ଥିବା ଲଳିତ ସାହୁ, ଭୈରବ ସାହୁ, ହରପ୍ରସାଦ ସାହୁ, ଶମ୍ଭୁ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଲୋକନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଁଲା, ନିମ୍ବ, ବାହାଡା, କୃଷ୍ଣଚୂଡ଼ା, କଦମ ଆଦି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ପ୍ରତେକ ଗଛ ଚାରିପଟେ ନେଟ୍ ଲଗାଯାଇଥିଲା।ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସରସ୍ବତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।