ସାନକୁଟ୍ରୁଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମା ଲଙ୍କେଶ୍ୱରୀ ଯୁବକ ସଂଘ ମିଳିତ ଉଦ୍ୟମରେ କଳମପୁର ବ୍ଳକ ସ୍ଥିତ ସାନକୁଟ୍ରୁ ଗ୍ରାମର ଖେଳ ପଡିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଫରେଷ୍ଟର ଶଙ୍କର୍ଷଣ ଚନ୍ଦନ, ମା ଲଙ୍କେଶ୍ୱରୀ ଯୁବକ ସଂଘର ସଭାପତି ସଦାନନ୍ଦ ଚନ୍ଦନ, ସମ୍ପାଦକ ଧର୍ମେନ୍ଦ୍ର ପୁଝାରୀ ପ୍ରମୁଖ ଯୋଗଦେଇ ଖେଳ ପଡିଆର ଖାଲିଥିବା ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ଦିନରେ ବ୍ୟାପକ ବୃକ୍ଷ ରୋପଣ କରିବାପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଭବାନୀପାଟଣା ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା, କେସିଙ୍ଗା ସ୍ବେଛାସେବୀ ଶମ୍ଭୁ ବିଶି ଯୋଗ ଦେଇ କ୍ଲବର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କ୍ଲବର ଫକୀର ଚୁଡା, ଜମ୍ବୁ ବାହନ ଚନ୍ଦନ, ସୁଧୀର ରାଉତ, ଖଗେଶ୍ୱର ନାଏକ, ଲଳିତ ନାଏକ, ନୟନ ଛତ୍ରିଆ ଓ କଲମପୁର ଜାତୀୟ ସ୍ବେଛାସେବୀ ଚିନ୍ମୟ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.